ଅନ୍ୟାନ୍ୟ

ବିବାହିତ ବୋଲି ପ୍ରେମିକା ଜାଣିଦେବା ପରେ… ଓଃ! ନୃଶଂସ ହୋଇଗଲା

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ପ୍ରେମ ସତ୍ୟ, ଚିରନ୍ତନ ଆଉ ଶାଶ୍ୱତ । କିନ୍ତୁ ବର୍ତ୍ତମାନ ବଦଳି ଯାଇଛି ପ୍ରେମର ପରିଭାଷା । ନିସ୍ୱାର୍ଥପର ପ୍ରେମ ଆଜି କେବଳ ସ୍ୱାର୍ଥ ସମ୍ବଳିତ । ଏହି ସ୍ୱାର୍ଥରେ ଟିକିଏ ଆଞ୍ଚ ଆସିଲେ ଜଣେ ଆଉ ଜଣଙ୍କ ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ । ଜଣେ ପ୍ରେମିକର ବର୍ବର କାଣ୍ଡକୁ ନେଇ ଏବେ ସବୁଠି ଚର୍ଚ୍ଚ । ଏଭଳି କିଛି ଯୁବକ ପ୍ରେମକୁ କଳଙ୍କିତ କରି ରକ୍ତରଞ୍ଜିତ କରିଦେଇଛନ୍ତି । ସୁରତରୁ ଆସିଛି ଅମାନୁଷିକ ପ୍ରେମିକର ଲୋମହର୍ଷଣକାରୀ କାଣ୍ଡ । ପ୍ରେମିକାଙ୍କ ସହ ଦୁଷ୍ମର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଛି ପ୍ରେମିକ । ଏନେଇ ଓଲପାଡ଼ ପୁଲିସ୍ ଷ୍ଟେସନରେ ଏକ ମାମଲା ରୁଜ୍ଜୁ ହୋଇଛି ।

ଅଭିଯୁକ୍ତ ହେଉଛନ୍ତି ସୁରତର ନିକୁଞ୍ଜ କୁମାର ଅମୃତ ଭାଇ ପଟେଲ । ଏହି ବ୍ୟକ୍ତି ପୂର୍ବରୁ ବିବାହିତ ଓ ତାଙ୍କ ପତ୍ନୀ ପାଖ ଗାଁରେ ରୁହନ୍ତି । କିନ୍ତୁ ସେ ଏସମ୍ପର୍କରେ ତାଙ୍କ ପ୍ରେମିକାଙ୍କୁ କିଛି ନଜଣାଇ ତାଙ୍କ ସହ ସମ୍ପର୍କ ରଖିଥିଲେ । ତେବେ ସବୁ ସତ ପ୍ରେମିକା ଜାଣିବା ପରେ ଅଭିଯୁକ୍ତଙ୍କଠାରୁ ଦୂରେଇଯିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏହାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡ଼ା ।

କେବଳ ଏତିକି ନୁହେଁ ଝଗଡ଼ା ବଢିବାରୁ ନିକୁଞ୍ଜ ତାଙ୍କ ପ୍ରେମିକାଙ୍କୁ ଦୁଷ୍କର୍ମ କରିବା ସହ କେବୁଲ ତାରରେ ଅମାନୁଷିକ ଭାବରେ ପିଟିଥିଲେ । ଏତିକିରେ ମନ ଭରିଲାନି ଯେ ଯୁବତୀଙ୍କ ଗୁପ୍ତାଙ୍ଗରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଥିଲେ । ଆଉ ଏ ସମ୍ପର୍କରେ କାହାକୁ ଜଣାଇଲେ ସେମାନଙ୍କ ଅନ୍ତରଙ୍କ ମୁହୁର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ଶେଆାର କରିଦେବ ବୋଲି ଧମକ ବି ଦେଇଥିଲା । ବର୍ତ୍ତମାନଙ୍କ ଯୁବତୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ପୁଲିସ୍ ଆଇପିସିର ଧାରା ୩୭୬ ଅନୁଯାୟୀ ନୃଶଂସ ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com