ଅନ୍ୟାନ୍ୟ

ଅବକାରୀ ନିର୍ଦ୍ଦେଶାଳୟ ଓ ଓଡିଶା ପାନୀୟ ନିଗମରେ ‘e-ଅଫିସ’ର ଶୁଭାରମ୍ଭ

ଭୁବନେଶ୍ୱର, ୩୧/୧୨/୨୦୨୨-    ଅବକାରୀ ନିର୍ଦ୍ଦେଶାଳୟ ଓ ଓଡିଶା ପାନୀୟ ନିଗମରେ ‘e-ଅଫିସ’  ଶୁଭାରମ୍ଭ ହୋଇଛି । ଏହି e-ଅଫିସ ସରକାରଙ୍କ ୫- ଟି ଉପରେ ପର୍ଯ୍ୟବେସିତ । ଶୁକ୍ରବାର ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆଗାମୀ ଦିନରେ e-ଅଫିସ୍ ଦ୍ୱାରା ଅବକାରୀ ନିର୍ଦ୍ଦେଶାଳୟ ଓ ଓଡିଶା ପାନୀୟ ନିଗମର କାର୍ଯ୍ୟଧାରାରେ ବ୍ୟାପକ ସହାୟକ ହେବ ।

ଏହି କାର୍ଯ୍ୟକ୍ରମରେ ଅବକାରୀ ଆୟୁକ୍ତ ଅଶିଷ କୁମାର ସିଂହ, ଅତିରିକ୍ତ ଅବକାରୀ ଆୟୁକ୍ତ ରାମଚନ୍ଦ୍ର ପାଲଟା, ଅବକାରୀ ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଲବ କେଶରୀ ପ୍ରଧାନ, ଓଡିଶା ପାନୀୟ ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ଷଡ଼ଙ୍ଗୀ, ଓଡିଶା ପାନୀୟ ନିଗମର ସାଧାରଣ ପରିଚାଳକ ଶୁଭଦର୍ଶୀନୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com