ଅନ୍ୟାନ୍ୟ

୩୨ ବର୍ଷ ପରେ କାଶ୍ମୀରରେ ଖୋଲିଲା ସିନେମା ହଲ୍

ନୂଆଦିଲ୍ଲୀ, ୧୯/୦୯/୨୦୨୨ –  ୩୨ ବର୍ଷ ପରେ ଏବେ ଜାମ୍ମୁ କାଶ୍ମୀରର ଶୋପିଆନ୍ ଏବଂ ପୁଲୱାମାରେ  ଖୋଲିବ ସିନେମା ହଲ୍ । ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ରବିବାର ଏହି ଉଭୟ ମଲ୍ଟିପ୍ଲେକ୍ସର ଲୋକାର୍ପଣ କରିଛନ୍ତି । ଏହାର  ସିଟ୍ କ୍ଷମତା ୫୨୦ ଅଟେ ।  କାଶ୍ମୀର ଉପତ୍ୟକାର ପ୍ରଥମ ମଲ୍ଟିପ୍ଲେକ୍ସ ଇନକ୍ସ  ଶ୍ରୀ ନଗରରେ ପ୍ରସ୍ତୁତ ହୋଇଛି ।  ଏଥିରେ ତିନୋଟି ଅଡିଟୋରିୟମ୍ ରହିବ । ଏହାର ଉନ୍ମୋଚନ ସହିତ ଦର୍ଶକମାନେ ବଡ଼ ପରଦାରେ ସିନେମା ଦେଖିବାର ମଜା ଉଠାଇବେ ।

ବଡ଼ ପରଦାରେ ଚଳଚ୍ଚିତ୍ର ଦେଖିବା ପାଇଁ କାଶ୍ମୀରର ଲୋକଙ୍କୁ ଜାମ୍ମୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ୩୦୦ କିଲୋମିଟର ଯାତ୍ରା କରିବାକୁ ପଡୁଥୁଲା । ଉନ୍ମୋଚନ ପରେ ସମସ୍ତ ବୟସ ବର୍ଗର ଲୋକମାନେ ପୁଲୱାମା ଏବଂ ଏମସି ଶୋପିଆନର ନୂଆ ସିନେମା ହଲ୍ ପରିଦର୍ଶନ କରିଥିଲେ । ଏହି ସମୟରେ ଆରଆରଆର, ଭାଗ ମିକ୍କା ଭାଗ, ସ୍ଵଦେଶ ଔର ବୋଷ: ଦ ଫରଗଟନ ହିରୋ ଟ୍ରେଲର ସମସ୍ତଙ୍କୁ ଦେଖାଯାଇଥିଲା । ସେପ୍ଟେମ୍ବର ୨୦ରେ ଲେଫ୍ଟ ଗଭର୍ଣ୍ଣର ଏହାକୁ ଉଦଘାଟନ କରିପାରନ୍ତି ।

ଖୋଲିବାକୁ ଥିବା ପ୍ରେକ୍ଷାଳୟରେ ଅମୀର ଖାନଙ୍କ ଫିଲ୍ମର ସ୍କ୍ରିନିଂ କରାଯିବ। ୩୨ବର୍ଷ ପୂର୍ବେ ଆର୍ଥାତ୍‌ ଆଜିକା ଦିନରେ ଆତଙ୍କବାଦୀ ଧମକ ଏବଂ ଆକ୍ରମଣ ହେତୁ ୧୯ଟି ସିନେମା ହଲ୍ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଯାଇଥିଲା । ଧାରା ୩୭୦ ଏବଂ ୩୫-ଏ ଅପସାରଣ ପରେ ସିନେମା ହଲ୍ ଖୋଲିବାକୁ ଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com