ଅନ୍ୟାନ୍ୟ

ସମାଧାନ ହେଲା ବିଏମସି-ଦାରୁଠେଙ୍ଗ ଅଳିଆ ବିବାଦ

ଭୁବନେଶ୍ୱର, ୩୧/୦୮/୨୦୨୨-   ଦୀର୍ଘ ୨୦ଦିନ ପରେ ତୁଟିଲା ବିବାଦ । ବୁଧବାର ଠାରୁ ଉଠିବ ଅଳିଆ । ବିଏମସିର ଅଳିଆ ଭୁବନେଶ୍ୱରରେ  ପରିଚାଳନା ହେବ । ଏଥିପାଇଁ ବିଏମସି ଆବଶ୍ୟକ ପଦକ୍ଷେପ ନେବ । ଭୁବନେଶ୍ୱର ମହାନଗର ନିଗମରୁ ବାହାରୁଥିବା ଅଳିଆର ପରିଚାଳନା ପାଇଁ  ୪୭ଟି ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ବର୍ତ୍ତମାନ ସୁଦ୍ଧା ୩୨ଟି କାର୍ଯ୍ୟକ୍ଷମ ଥିବା ବେଳେ ୬ ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ପ୍ରତି ମାସରେ ଦାରୁଠେଙ୍ଗ ସରପଞ୍ଚ ଓ ବିଏମସି କମିଶନରଙ୍କ ମଧ୍ୟରେ ପ୍ରକଳ୍ପର ଅଗ୍ରଗତି ନେଇ ସମନ୍ୱୟ ବୈଠକ ବସିବ । ଖୁବଶୀଘ୍ର ଅବଶିଷ୍ଟ କମ୍ପୋଷ୍ଟ ପ୍ଲାଣ୍ଟ ଗୁଡ଼ିକ ପ୍ରତିଷ୍ଠା ହେବ । ଲିଖିତ ପ୍ରତିଶ୍ରୁତି ପାଇବା ପରେ ଭୁଆଶୁଣି ଡ଼ମ୍ପିଂୟାର୍ଡରେ ବର୍ତ୍ତମାନ ସାମୟିକ ଭାବେ ଅଳିଆ ପକାଇବାକୁ ଅନୁମତି ଦେଇଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ। ।

Related Articles

Back to top button
WP Twitter Auto Publish Powered By : XYZScripts.com