Breaking NewsFeaturedଅନ୍ୟାନ୍ୟଓଡ଼ିଶା

ହିଟ ଆଣ୍ଡ ରନ୍ ନିୟମକୁ ନେଇ ନାରାଜ ଡ୍ରାଇଭର । ଗଡକରୀଙ୍କ ସ୍ପିଚ କାହିଁକି ଭାଇରାଲ ଦେଖନ୍ତୁ ।

ନିକଟରେ ନୂଆ ହିଟ ଆଣ୍ଡ ରନ ଆଇନ ଆଣିିଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ସାରା ଦେଶରେ ଧର୍ମଘଟକୁ ଓହ୍ଲାଇଥିଲେ ଟ୍ରକ ଡ୍ରାଇଭର । ତେବେ ଏହି ନୂଆ ନିୟମରେ ରହିଛି କଣ । କାହିଁକି ଏହାକୁ ନେଇ ଛାନିଆ ହୋଇଥିଲେ ଡ୍ରାଇଭର ତା ଉପରେ ବିଶ୍ଲେଷଣ କରିବା । କିନ୍ତୁ ଏବେ ଆମେ କହିବାକୁ ଯାଉଛୁ ସଡକ ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କ ଏକ ବୟାନ । ଯେଉଁଥିରେ ଗଡକରୀ ସରି କହୁଥିବା ଦେଖିବାକୁ ମିଳିଛି । କଥା ହେଉଛି କି ସଡକ ଦୁର୍ଘଟଣାରେ ମୃତୁ୍ୟ ସଂଖ୍ୟାର ତଥ୍ୟ ଦେଉଛନ୍ତି ଗଡକରୀ । ଏକ୍ସପ୍ରେସ ହାଇୱେରେ ସ୍ପିଡକୁ ନେଇ କେମିତି ଦାବି କରାଯାଉଛି । ତାହାର ପରିସଂଖ୍ୟାନ ସଂସଦରେ ସେ ଉପସ୍ଥାପନ କରିଛନ୍ତି । ତେବେ ଦେଖନ୍ତୁ ଗଡକରୀଙ୍କ କଣ ଥିଲା ଏହି ବୟାନ, ଯାହା ଏବେ ସାମ୍ନାକୁ ଆସିଛି ।

କହିବାକୁ ଗଲେ ସଡକ ଦୁର୍ଘଟଣାରେ ଯିଏ ନିଜ ଲୋକଙ୍କୁ ହରାଇଛି ସେ ହିଁ ଜାଣିଛି ଏହାର ପ୍ରଭାବ କେତେ । ଏହାକୁ ମଧ୍ୟ ବୁଝିଛନ୍ତି ଖୋଦ ମନ୍ତ୍ରୀ ନୀତୀନ ଗଡକରୀ । ଯେଉଁଥି ପାଇଁ ହିଟ ଆଣ୍ଡ ରନ ନେଇ ନୂଆ ଆଇନ ଆଣିଛନ୍ତି । ଯଦି କୌଣସି ଟ୍ରକ୍ କିମ୍ବା ଡମ୍ପର ଡ୍ରାଇଭର କାହା ଉପରେ ଗାଡ଼ି ମାଡ଼ କରନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଯାଏ, ତା ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ ସହ ୭ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ। ତେବେ ପୂର୍ବରୁ ଯେଉଁ ଆଇନ୍ ଥିଲା ସେଥିରେ ଡ୍ରାଇଭରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା । ଆଉ ଏବେ ଯଦିଓ ନୂଆ ଆଇନକୁ ନେଇ ସରକାରଙ୍କ ସହ ଆଲୋଚନା କରିଛନ୍ତି କିନ୍ତୁ ଛାନିଆ ହୋଇପଡିଛନ୍ତି ଡ୍ରାଇଭର ।ଏପଟେ ଓଡିଶାରେ ମଧ୍ୟ ଆନେ୍ଦାଳନ ପାଇଁ ସଜବାଜ ହେଲେଣି ଡ୍ରାଇଭର ମହାସଂଘ । ସଭାପତି ପ୍ରଶାନ୍ତ ମେଣ୍ଡୁଲି କଣ କହୁଛନ୍ତି ଦେଖନ୍ତୁ ।

ସେ ଯାହା ହେଉ ଡ୍ରାଇଭର ମହାସଂଘ ଯଦି ସାରା ଦେଶରେ ଏଭଳି ଆନେ୍ଦାଳନ କରନ୍ତି, ତେବେ ସାଧାରଣ ନାହିଁ ନଥିବା ହଇରାଣ ହେବେ । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଉଚିତ ପଦକ୍ଷେପ ନେବେ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com