ଓଡ଼ିଶା

ଲୁନା ଉପରେ ଚଢିଗଲା ପିକ୍‌ଅପ୍, ୪ମୃତ

ଭଞ୍ଜନଗର : ଲୁନା ଉପରେ ଚଢିଗଲା ବସ୍‌ । ଆଖିପୁଛାଲେକ ଚାଲିଗଲା ୪ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ବାପାଙ୍କ ସହ ୨ ଝିଅ ଏବଂ ଜଣେ ନାତି ଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଦୁପୁର ଗାଁରେ ଘଟିଯାଇଛି ଏପରି ଲୋମଟାଙ୍କୁରା ଘଟଣା ।

ଖବର ଅନୁଯାୟୀ, ଏକ ଲୁନାରେ ପିତାଙ୍କ ସହ ୨ ଝିଅ ଓ ନାତିଙ୍କୁ ନେଇ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ପିକ୍‌ଅପ୍ ଭ୍ୟାନ୍‌ (ଓଡି୧୫ପି ୨୩୦୭) ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ଥିଲା ଯେ, ପିକ୍‌ଅପ୍‌ ଭ୍ୟାନ୍‌ଟି ଲୁନା ଉପରେ ଚଢିଯାଇଥିଲା । ଯାହାଫଳରେ ପିକଅପ୍‌ ତଳେ ଚାପି ହୋଇ ଲୁନାରେ ବସିଥିବା ୪ ଜଣଙ୍କ ଜୀବନ ଚାଲିଯାଇଥିଲା । ଦୁର୍ଘଟଣା ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟଲୋକ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡି ଅଟକି ରହିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com