ଓଡ଼ିଶା

ଅଲିଭ୍‌ ରିଡଲେଙ୍କ ନୂଆ ବଂଶବୃଦ୍ଧି ସ୍ଥଳୀ ଠାବ,୨୦୨୨ର ରେକର୍ଡ: ୧ ଲକ୍ଷ ୧୦ ହଜାର ଅଣ୍ଡାଦାନ

ଗଞ୍ଜାମ() ପ୍ରକୃତିର କୃରତା ବେଳେ ବେଳେ ଆର୍ଶିବାଦ ସୂଚକ ହୋଇଥାଏ। ଏଭଳି ଏକ ନିଆରା ଘଟଣା ଦେଖିବାକୁ ମିଳିଛି ଗଞ୍ଜାମର ଋଷିକୂଲ୍ୟା ମୁହାଣରେ । ପରିବେଶରେ ଅସନ୍ତୁଳନ, ପ୍ରଦୂଷଣ ଏବଂ ବ୍ୟାପକ ଗଛକଟା କାରଣରୁ 1917 ମସିହାରୁ ଋଷିକୂଲ୍ୟା ତାର ଗତି ପଥ ବଦଳାଉଥିବାରୁ ପରିବେଶବିତ୍ ଚିନ୍ତାରେ ପଡିଥିଲେ। ତେବେ ଋଷିକୂଲ୍ୟା ନଦୀ ଗତି ପରିବର୍ତ୍ତନ ଏବଂ ପଟୁ ମାଟି ଜମା ହୋଇ ସମ୍ରୁଦର 5 କିଲୋମିଟର ଭିତରେ ଏକ ନୂଆ ଦ୍ବପ ସୃଷ୍ଟି କରିଛି । ବଡ କଥା ହେଲା 5 କିଲୋମିଟର ପରିଧି ବ୍ୟାପ୍ତ ଏହି ନୂଆ ଦ୍ବପ ଏବେ ବିରଳ ଅଲିଭରିଡଲେ କଇଁଛଙ୍କ ନୂଆ ଅଣ୍ଡାଦାନ ସ୍ଥଳି ପାଲଟିଛି । ଯାହା ପରିବେଶବିତ ଏବଂ ବନ୍ୟଜନ୍ତୁ ସଂରକ୍ଷିକ ଓ ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି ।

ସମୁଦ୍ର ମଧ୍ୟରେ ଡଙ୍ଗାରେ 10 ମିନିଟ୍  ବାଟ ଲାଗୁ ଥିବା ଏହି ଦ୍ବପ ଗତ ବର୍ଷରୁ ସୃଷ୍ଟି ହୋଇଥିଲେ ବି ଅଲିଭରିଡଲେ ଏହାକୁ ଗ୍ରହଣ କରି ନଥିଲେ । ଚଳିତ ବର୍ଷ ମଧ୍ୟ ଅଲିଭରିଡଲେଙ୍କ ଏହାକୁ ବ୍ୟବହାର କରିବେ ନାହିଁ ବୋଲି ଶଂକା ଉତ୍ତପନ ହୋଇଥିଲା । ମାତ୍ର ପରିବେଶବିତଙ୍କୁ ଚକିତ କରି ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଏକ ଲକ୍ଷ 10 ହଜାର ଅଲିଭ୍ ରିଡଲେ ଏଠାରେ ଅଣ୍ଡା ଦେଇଛନ୍ତି । ଓଡିଶା ସାମ୍ରୁଦିକ ଇତିହାସରେ ଗହୀରମଥା, ଅସ୍ତରଙ୍ଗ ଏବଂ ଋଷିକୂଲ୍ୟା ମୁହାଣ ପରେ ଏହି ଅଞ୍ଚଳର ସମ୍ରୁଦରେ ସୃଷ୍ଟି ନୂଆ ଦ୍ବପ- ଅଲିଭ୍ ରିଡଲେଙ୍କ ଅଣ୍ଡାଦାନ ସ୍ଥଳିର ନୂଆ ପରିଚୟ ସୃଷ୍ଟି କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com