Featuredଓଡ଼ିଶା

ଶାନ୍ତି ସ୍ତୂପ ଧଉଳିକୁ ପୂରିଲା ୫୦ ବର୍ଷ , ପାଳିତ ହେଉଛି ସୁବର୍ଣ୍ଣ ଜୟନ୍ତୀ

ଶୁକ୍ରବାରବିଶ୍ୱ ଐତିହ୍ୟ ଧଉଳି ଶାନ୍ତିସ୍ତୂପକୁ ପୂରିଲା ୫୦ ବର୍ଷ । ଏହି ଅବସରରେ ଆଜି ପାଳିତ ହେଉଛି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ । ଅପୂର୍ବ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି ଧଉଳି । ଏହି ଉତ୍ସବରେ ସାମିଲ ହୋଇଛନ୍ତି ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ୟାସୀ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶତାଧିକ ବିଦେଶୀ, ଭାରତୀୟ ବୌଦ୍ଧ ସନ୍ନ୍ୟାସୀ ଓ ଭିକ୍ଷୁମାନଙ୍କର ‘ବୁଦ୍ଧଂ ଶରଣଂ ଗଛାମି, ସଂଘଂ ଶରଣଂ ଗଛାମି’ ମନ୍ତ୍ରରେ ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳର ହଜାର ହଜାର ହିନ୍ଦୁ ଧର୍ମାବଲମ୍ବୀ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ଭବ୍ୟ ସ୍ବାଗତ ଜଣାଇବା ସହ ପାଛୋଟି ନେଇଛନ୍ତ୍‌ି । ଜାପାନ, ଆମେରିକା, ୟୁକ୍ରେନ ଓ କାଜାକସ୍ଥାନରୁ ବହୁ ସନ୍ଥ ସାମିଲ ହୋଇଛନ୍ତି । ବିଦେଶର ବୌଦ୍ଧ ସନ୍ନ୍ୟାସୀମାନେମାନଙ୍କର ସ୍ବାଗତ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାରର ସୁବିଧା କରାଯାଇଛି। ଖୁବ ଶୀଘ୍ର ଧଉଳି ସ୍ତୂପରେ ରୋପୱେର ବ୍ୟବସ୍ଥା ହେବ । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଲିଫ୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି । ଅନ୍ୟପକ୍ଷରେ ଆଜିଠୁ ଧଉଳିରେ ପୁଣି ଆରମ୍ଭ ହେବ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ ।

Related Articles

Back to top button
WP Twitter Auto Publish Powered By : XYZScripts.com