Breaking NewsFeaturedଓଡ଼ିଶାରାଜନୀତି

ଉଭୟ ଆସନରେ ବିଧାୟକ ଚନ୍ଦ୍ରସାରଥୀଙ୍କ ସକ୍ରିୟତା ବିଜେଡି ପାଇଁ ହେବ କି ଘାତକ ।

ଚନ୍ଦ୍ରସାରଥୀ ବେହେରା । କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇଦୁଇ ଥରର ବିଧାୟକ । ଅନ୍ୟପଟେ ମୂଳ ସଂଗଠନ ହେଉଛି ସାଲେପୁର । ଏନେଇ ଆଭ୍ୟନ୍ତରୀଣ ରାଜନୀତିରେ ରହୁଛି ପ୍ରତ୍ୟକ୍ଷ ପ୍ରଭାବ । ଏପରିକି ସେଠାକାର ବିଧାୟକ, ବ୍ଲକ୍ ଚେୟାରମ୍ୟାନ ବି ଥିଲେ ଚନ୍ଦ୍ରସାରଥୀ । ତେଣୁ ସାଲେପୁର ପ୍ରତି ତାଙ୍କର ରହିଛି ମୋହ । ଏପଟେ କିନ୍ତୁ କଟକ ସଦର କୁ ବି ଛାଡି ପାରୁନାହାନ୍ତି ବିଧାୟକ । ଯାହାକୁ ନେଇ ସଦର ବିଜେଡି ସଂଗଠନରେ ବି ମୁଣ୍ଡ ଟେକିଛି ବିରୋଧାଭାସ । ଏଭଳି ସ୍ଥିତିରେ ଆଗକୁ ୨୦୨୪ ସାଧାରଣ ନିର୍ବାଚନକୁ ଆଉ କିଛି ମାସ ଥିବାରୁ ଏବେଠୁ ଦେଖାଦେଲାଣି ଦ୍ୱନ୍ଦ୍ୂ । ଏମିତି କି ଦୁଇ ନିର୍ବାଚନ ମଣ୍ଡଳୀର ଭୋଟର ବି କନଫୁ୍ୟଜ ।

ସାଲେପୁରରେ ଜନ୍ମଗ୍ରହଣ କରିଥିବା ବିଧାୟକ ଶ୍ରୀ ବେହେରା ୨୦୦୯ରେ ବିଜେଡି ଟିକେଟରୁ ନିର୍ବାଚନ ଲଢି ହୋଇଥିଲେ ସାଲେପୁରର ବିଧାୟକ । ପୂର୍ବରୁ ମଧ୍ୟ ୨୦୦୨ ଓ ୨୦୦୭ରେ ସମିତି ସଭ୍ୟ, ପଂଚାୟତ ସମିତି ଅଧ୍ୟକ୍ଷ ରହିଥିଲେ । ସେହିପରି ତାଙ୍କ ମାଆ ମଧ୍ୟ ଦୀର୍ଘ ବର୍ଷ ଧରି ସାଲେପୁର ପଂଚାୟତ ସମିତି ଅଧ୍ୟକ୍ଷ ପଦରେ ରହିଥିଲେ । ତେଣୁ ଏସବୁ ଦୃଷ୍ଟିରୁ ଏହି ଆସନଟି ସଂପୂଣ୍ଣ ତାଙ୍କ ପରିବାର ହାତରେ ରହିଥିଲା । ପରେ ଦଳର ଚାପରେ ୨୦୧୪ରେ ସାଲେପୁର ଛାଡି କଟକ ସଦର ଆସିବାକୁ ପଡିଥିଲା । ଆଉ ଏବେ ୨ଟର୍ମ ହେବ ସେ ଏଠାରେ ବିଧାୟକ ରହି ଆସୁଛନ୍ତି । କିନ୍ତୁ ଏବେ ଚନ୍ଦ୍ରସାରଥୀଙ୍କ ଫୋକସରେ ସାଲେପୁର ରହିଛି । ଏମିତିକି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ବିରୋଧରେ ସମାନ୍ତରାଳ ସଂଗଠନଟିଏ କୁହାଯାଉଛି ଚନ୍ଦ୍ରସାରଥୀଙ୍କ ଇସାରାରେ ଚାଲିଥିବା କୁହାଯାଉଛି । ଯାହାକୁ ନେଇ କଟକ ସଦର ଭୋଟରଙ୍କ ମନରେ ସନେ୍ଦହ ସୃଷ୍ଟି କରୁଛି । ତେଣୁ ଉଭୟ ବିଧାନସଭା କ୍ଷେତ୍ରରେ ବିଧାୟଙ୍କ ସଂପୃକ୍ତି ଓ ସକ୍ରିୟତା ବିଜେଡି ପାଇଁ ଘତକ ସାବ୍ୟସ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com