Breaking NewsFeaturedରାଜନୀତି

ତେଲଙ୍ଗନାରେ କେସିଆରଙ୍କୁ ବାଏ ବାଏ କହିଲା କଂଗ୍ରେସ । ଜାଣନ୍ତୁ କାହିଁକି ?

ରାତିପାହିଲେ ତେଲଙ୍ଗନା ବିଧାନସଭା ନିର୍ବାଚନ । ଏନେଇ ଗତକାଲି ଅର୍ଥାତ ମଙ୍ଗଳବାର ଠାରୁ ସରିଛି ସବୁ ଦଳର ପ୍ରଚାର । ବହୁଦିନ ଧରି ପ୍ରମୁଖ ଦଳର ହେଭିୱେଟଙ୍କ ଜୋରଦାର କାମ୍ପେନରେ କମ୍ପି ଉଠୁଥିଲା ତେଲଙ୍ଗନା । ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତଥା ବିଜେପିର ଅନ୍ୟ ପ୍ରମୁଖ ନେତା କରିଥିଲେ ଜୋରଦାର ପ୍ରଚାର । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ତେଲେଙ୍ଗାନାରେ ଲଗାତର ପ୍ରଚାରରେ ଲାଗି ପଡ଼ିଥିଲେ। ଏପରିକି ଶେଷ ଦିନରେ ସୋନିଆ ଗାନ୍ଧୀ ବି ପ୍ରଚାରର ମଙ୍ଗ ଧରିଥିଲେ ।

ସେପଟେ ଶାସକ ବିଆରଏସ ମଧ୍ୟ ନିଜର ସବୁ ଶକ୍ତି ଖଟାଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରିଛି। ଏହି କ୍ରମରେ ବିଆରଏସକୁ କ୍ଷମତାରୁ ହଟାଇ ଶାସନକୁ ଆସିବାକୁ ଉଦ୍ୟମ କରୁଥିବା କଂଗ୍ରେସ କ୍ୟାମ୍ପେନରେ ବାଏ ବାଏ କେସିଆରକୁ ନେଇ ମାହୋଲ ତିଆରି କରିଛି। କେସିଆରଙ୍କ ଦୁର୍ନୀତିକୁ ଅସ୍ତ୍ର କରି ପ୍ରଚାର କରିଥିବା କଂଗ୍ରେସ ଏହି ନାରାକୁ ବ୍ୟାପକ କରାଇଛି ଓ ଲୋକଙ୍କ ମୁହଁରେ ମଧ୍ୟ ଉଚ୍ଚାରଣ କରାଇଛି।ଯାହାକି ଦଳ ସପକ୍ଷରେ ଏକ ବଡ ବାତାବରଣ ତିଆରି କରିବାକୁ ସକ୍ଷମ ହୋଇଛି। ଏପରିକି ଏକ କାରକୁ ସଜାଯାଇ ସେଥିରେ ବାଏ ବାଏ କେସିଆର ଲେଖାଥିବା ଦେଖିବାକୁ ମିଳିଛି। ଆଉ ଏବେ ପ୍ରଚାର ସରିଥିବା ବେଳେ ମତଦାନ ପାଇଁ ଆରମ୍ଭ ହୋଇଯାଇଛି କାଉଂଟଡାଉନ । ତେବେ ଏଥିରେ କିଏ ବାଜି ମାରିବ ତାହା ଉପରେ ରହିଛି ସାରା ଦେଶର ନଜର ।

Related Articles

Back to top button
WP Twitter Auto Publish Powered By : XYZScripts.com