Breaking NewsFeaturedଅନ୍ତର୍ଜାତୀୟକ୍ରୀଡ଼ାଜାତୀୟ

ଅଗଷ୍ଟରେ ଫେରିବେ! ମଇଦାନରେ ପୁଣି କମାଲ କରିବେ ବୁମରା 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଭାରତୀୟ ସ୍ପିଡ୍‌ ଷ୍ଟାର୍ ଯଶପ୍ରୀତ ବୁମରା ଏବେ ଟିମ୍ ଇଣ୍ଡିଆକୁ କମ୍ ବ୍ୟାକ୍ କରିବାକୁ ଫୁଲ୍ ପ୍ରସ୍ତୁତ ହେଉଛନ୍ତି । ଖବର ଅନୁଯାୟୀ ବୁମ୍‌ରାଙ୍କ ଫିଟ୍‌ନେସ୍ ଏବେ ପ୍ରାୟ ଫେରି ସାରିଛି । ଆହତ କାରଣରୁ ସେ ଚିକିତ୍ସାଧୀନ ରହିଥିଲେ।

ରିପୋର୍ଟ ଅନୁସାରେ ବୁମରା ଅଗଷ୍ଟରେ ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟ-୨୦ ସିରିଜରେ ଦଳର ଅଂଶ ହୋଇପାରନ୍ତି। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ , ବୁମରା ଏନ୍‌ସିଏରେ ଶିଘ୍ର ରିକୋଭରି କରୁଛନ୍ତି । ଅଗଷ୍ଟରେ ଆୟର୍ଲାଣ୍ଡ ବିପକ୍ଷରେ ଆୟୋଜିତ ହେବାକୁ ଥିବା ଟି-୨୦ ଦଳର ସେ ଏକ ଅଂଶ ହୋଇ ପାରନ୍ତି । ଯଦି ସବୁ ଠିକ୍ ହୁଏ , ତେବେ ବୁମରା ଅଗଷ୍ଟରେ ପଡ଼ିଆକୁ ଫେରିବାର ସମ୍ଭାବନା ରହିଛି । ତେବେ ବୁମରା ଫେରିଲେ ପୁଣି ତାଙ୍କ କମାଲ୍‌ ଦେଖିବାକୁ ଉତ୍ସାହର ସହ ତାଙ୍କ ପ୍ରଶଂସକ ଅପେକ୍ଷା କରିଥିବା ଜଣାପଡ଼ିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com