Featuredଓଡ଼ିଶାଜାତୀୟମନୋରଞ୍ଜନ

ହିନ୍ଦୀରେ ରିଲିଜ ହେବ ଓଡ଼ିଆ ଚଳଚିତ୍ର ଦମନ!

ଓଡ଼ିଆ ସିନେମାକୁ ପୁଣି ଥରେ ତାର ପୁରୁଣା ଗୌରବ ଫେରାଇଛି ନିକଟରେ ରିଲିଜ ହୋଇଥିବା ବାବୁଶାନଙ୍କ ଅଭିନୀତ ‘ଦମନ’। ଓଡ଼ିଆ ଭାଷାରେ ଅଦ୍ଭୂତପୂର୍ବ ସଫଳତା ପାଇବା ପରେ ଏବେ ଫିଲ୍ମଟି ହିନ୍ଦୀରେ ରିଲିଜ ହେବାକୁ ଯାଉଛି। ସିନେମାଟିର ଟ୍ରେଲର ରିଲିଜ ପରଠାରୁ ହିଁ ଏହାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ଲାଗି ରହିଥିଲା। କାର୍ତିକ ପୁର୍ଣିମା ଅବସରରେ ନଭେମ୍ବର ୪ରେ ଫିଲ୍ମଟି ରିଲିଜ ହୋଇଥିଲା। ଏଥିରେ କାହାଣୀ, ସମସ୍ତଙ୍କ ଅଭିନୟ ଏବଂ ନିର୍ଦେଶନାକୁ ସମସ୍ତେ ପ୍ରଶଂସା କରୁଛନ୍ତି।
ତେବେ ଓଡ଼ିଆ ଭାଷାରେ ‘ଦମନ’ ଅଦ୍ଭୂତପୂର୍ବ ସଫଳତା ପାଇବା ପରେ ଏହାକୁ ଏବେ ହିନ୍ଦୀରେ ରିଲିଜ କରିବାକୁ ପ୍ରସ୍ତୁତ ହେଉଛନ୍ତି ଫିଲ୍ମର ନିର୍ମାତା। ଦର୍ଶକମାନଙ୍କ ଦାବିକୁ ନଜରରେ ରଖି ହିନ୍ଦୀରେ ଏହା ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଫିଲ୍ମର ନିର୍ଦେଶକ ଵିଶାଲ ମୌର୍ଯ୍ୟ। ବାଙ୍ଗାଲୋର, ଦିଲ୍ଲୀ, ମୁମ୍ବାଇ, ନୋଏଡା, ଗୁରୁଗାଓଁ, ଅହମ୍ମଦାବାଦ, ହାଇଦ୍ରାବାଦ, କୋଲକାତାର ବିଭିନ୍ନ ସିନେମାଘରେ ଏହା ପ୍ରଦର୍ଶିତ ହେଉଛି। ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ଆଇଏମ୍‌ଡିବି ରେଟିଂରେ ବଡ ବଡ ବ୍ଲକବଷ୍ଟର ଫିଲ୍ମକୁ ପଛରେ ପକାଇଛି। ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି। ଫିଲ୍ମକୁ ମିଳିଛି ୧୦ରୁ ୯.୭ ଆଇଏମ୍‌ଡିବି ରେଟିଂ। ବାହୁବଳୀ, କେଜିଏଫ୍‌ ଏବଂ ଆର୍‌ଆର୍‌ଆର୍‌, କାନ୍ତାରା ଭଳି ସୁପରହିଟ୍‌ ଚଳଚ୍ଚିତ୍ରଠାରୁ ଏହା ଅଧିକ। ଫଳରେ ‘ଦମନ’ ସବୁଠାରୁ ଅଧିକ ରେଟିଂ ହାସଲ କରିଥିବା ଭାରତୀୟ ଫିଲ୍ମ ପାଲଟିଛି।

Related Articles

Back to top button
WP Twitter Auto Publish Powered By : XYZScripts.com