କ୍ରୀଡ଼ା

ଟି-୨୦ ବିଶ୍ୱକପ : ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ

ଭୁବନେଶ୍ୱର ୦୪/୧୧/୨୦୨୨ –   ଅଷ୍ଟ୍ରେଲିଆରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ ।  ଶୁକ୍ରବାର ଖେଳା ଯାଇଥିବା ମ୍ୟାଚରେ ଆର୍ୟଲ୍ୟାଣ୍ଡକୁ ହରାଇବା ପରେ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଏଥିସହିତ ଗ୍ରୁପ-୧ରୁ ପ୍ରଥମ ଦଳ ଭାବେ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହିଞ୍ଚିଛି ।

ଗ୍ରୁପ-୧ରୁ ସେମିଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ପରେ କେଉଁ ଦଳ ସେମିଫାଇନାଲରେ ପହଞ୍ଚିବ ତାହା ଶନିବାର ସ୍ପଷ୍ଟ ହେବ ।  ଇଂଲଣ୍ଡ- ଅଷ୍ଟ୍ରେଲିଆ ଭିତରୁ ଗୋଟିଏ ଦଳ ସେମିଫାଇନାଲରେ ପହଞ୍ଚିପାରେ । ଯଦି ଆଫଗାନିସ୍ତାନ ନିକଟରୁ ଅଷ୍ଟ୍ରେଲିଆ ହାରିଯାଏ, ତେବେ ଇଂଲଣ୍ଡ-ଶ୍ରୀଲଙ୍କା ମ୍ୟାଚରେ ଯେଉଁ ଦଳ ବିଜୟ ହାସଲ କରିବ ସେହି ଦଳ ସେମିଫାଇନାଲ ପାଇଁ ସ୍ଥାନ ପକ୍କା କରିବ । ତେଣୁ ଏଭଳି ସ୍ଥିତିରେ ଗ୍ରୁପ-୧ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ପାଇଁ ସେମିଫାଇନାଲ ରାସ୍ତା ଖୋଲାଅଛି । ସେପଟେ ଗ୍ରୁପ-୨ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।

ଭାରତ ସହ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଟିମ୍ ମଧ୍ୟ ସେମିଫାଇନାଲ ଦୌଡରେ ରହିଛନ୍ତି । ଭାରତ ସେମିଫାଇନାଲ ଯିବା ପକ୍କା ହେଲାଭଳି ଜଣାପଡୁଥିଲେ ମଧ୍ୟ, ବିଶ୍ୱକପରେ କୌଣସି ବି ସ୍ଥିତି ଦେଖିବାକୁ ମିଳିପାରେ । ଏବେ ତିନୋଟି ଯାକ ଟିମ୍ ରେସରେ ଥିବା କୁହାଯାଇପାରେ । ଭାରତର ଶେଷ ମ୍ୟାଚ୍ ଜିମ୍ବାୱେ ସହ ଅଛି । ତେଣୁ ଏହି ମ୍ୟାଚରେ ଦଳ ଯଦି ଜିତାପଟ ହାସଲ କରେ, ତେବେ ଦଳ ଉନ୍ନତ ରନ୍ ରେଟ୍ ସହ ସେମିଫାଇନାଲରେ ପହଞ୍ଚିବ । ସେହିପରି ଦକ୍ଷିଣ ଆଫ୍ରିକା କିମ୍ବା ପାକିସ୍ତାନ ଦଳ ମଧ୍ୟରୁ ଗୋଟିଏ ଦଳ ସେମିଫାଇନାଲ ଯାଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com