Breaking NewsFeaturedବାଣିଜ୍ୟ

ଅମ୍ବାନୀଙ୍କ ମୁଣ୍ଡ ବଦଳରେ ମାଗିଥିଲେ ୪୦୦ କୋଟି, ନାମ ବଦଳାଇ ଦେଉଥିଲେ ହତ୍ୟା ଧମକ

ଗିରଫ ହେଲା ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କୁ ଇ-ମେଲରେ ହତ୍ୟା ଧଉଳ ଦେଇ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଅଭିଯୁକ୍ତ । ଅମ୍ବାନୀଙ୍କ ମୁଣ୍ଡ ବଦଳରେ ମାଗିଥିଲା ୪୦୦ କୋଟି । ଶେଷରେ ଅଭିଯୁକ୍ତକୁ ତେଲଙ୍ଗାନାରୁ ଗିରଫ କରିଛି ମୁମ୍ବାଇ ପୁଲିସ । ଅଭିଯୁକ୍ତ ଜଣକ ୧୯ ବର୍ଷର ଗଣେଶ ରମେଶ ଭନପାରଖି ହୋଇଥିବା ବେଳେ ସେ ଜଣେ ଛାତ୍ର ବୋଲି ଜଣାପଡିଛି । ନଭେମ୍ବର ୮ ତାରିଖ ଯାଏଁ ଗଣେଶଙ୍କୁ ପୁଲିସ ହେପାଜତକୁ ପଠାଯାଇଛି । ଗତ ସପ୍ତାହରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପାଖକୁ ଶାବଦ ଖାନ ନାମକ ଜଣେ ବ୍ୟକ୍ତିଙ୍କ ଇ-ମେଲ ଆଇଡିରୁ ୩ ଦିନ ଧରି ହତ୍ୟା ଧମକ ଆସିଥିଲା । ସେ ପ୍ରଥମ ମେଲରେ ମୁକେଶଙ୍କୁ ୨୦ କୋଟି ଟଙ୍କା ମାଗିଥିଲା। ପରେ ତା ଦାବିକୁ ୨୦୦ କୋଟି ଓ ୪୦୦ କୋଟିକୁ ବଢାଇଥିଲା ଓ ଏଥି ପାଇଁ ସେ ୫ରୁ ୬ଟି ଇ-ମେଲ ପଠାଇଥିଲା।

ଏହା ପୂର୍ବରୁ ଇ-ମେଲ ପଠାଇବା ପାଇଁ ବ୍ୟବହାର କରାଯାଇଥିବା ଭିପିଏନ ନେଟୱାର୍କର ଠିକଣା ବେଲଜିୟମରେ ଥିବା ଜଣାପଡିଥିଲା। ଉଲ୍ଲେଖଯୋଗ୍ୟ ଯେ ଏସିୟାର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ତାଙ୍କ ଅଧିକାରୀକ ଇ-ମେଲରେ ପ୍ରଥମେ ଅକ୍ଟୋବର ୨୭ ତାରିଖ ଦିନ ହତ୍ୟାଧମକ ମିଳିଥିଲା। ଏଥିରେ ଧମକଦାତା ଅମ୍ବାନୀଙ୍କୁ ୨୦ କୋଟି ଟଙ୍କା ମାଗିଥିଲା ନ ଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲା। ଏହି ମେଲର ଅମ୍ବାନୀଙ୍କ ପକ୍ଷରୁ କୌଣସି ଜବାବ ଦିଆଯାଇନଥିଲା। ଏଣୁ ତା ପରଦିନ ଅର୍ଥାତ ୨୮ ଅକ୍ଟୋବରରେ ଅମ୍ବାନୀଙ୍କୁ ଆଉ ଏକ ଇ-ମେଲ ମିଳିଥିବା ବେଳେ ଏଥିରେ ଧମକଦାତା ୨୦୦ କୋଟି ଟଙ୍କା ଦାବି କରିଥିଲା। ଦ୍ୱିତୀୟ ଇ-ମେଲର ୩ ଦିନ ବାଦ ଅର୍ଥାତ ଅକ୍ଟୋବର ୩୦ ତାରିଖ ଦିନ ତୃତୀୟ ଇ-ମେଲ ମିଳିଥିଲା ଯେଉଁଥିରେ ଧମକଦାତା ରାଶିକୁ ୨ ଗୁଣା କରିଦେଇଥିଲା। ଲଗାତାର ଇ-ମେଲ ଆସିବାରୁ ମାମଲାର ତଦନ୍ତ କରୁଥିବା ପୋଲିସ ମଧ୍ୟ ସମସ୍ୟାରେ ପଡିଯାଇଥିଲା।

ଏପରି ମେଲ ପଠାଉଥିବା ଧମକଦାତା ପୋଲିସ ଲାଗି ଏକ ଅହ୍ୱାନ ପାଲଟିଥିଲା। ଏଠି କହିରଖୁଛୁ ଅମ୍ବାନୀଙ୍କ ପାଇଁ ଏପରି ଧମକ କିଛି ନୂଆ କଥା ନୁହେଁ, ହେଲେ ଇ-ମେଲ ପ୍ରେରଣକାରୀ ଯେପରି ମେଲ ପରେ ମେଲ ପଠାଉଥିଲା ଓ ଦାବି ରାଶି ବଢାଇ ଚାଲିଥିଲା ତାହା ପୋଲିସ୍ ଲାଗି ଚିନ୍ତାଜନକ ହୋଇଥିଲା। ତେବେ ପୋଲିସ ଏଥିରେ ଡରି ଯାଇନଥିଲା ବରଂ ତଦନ୍ତ ପରିସରକୁ ବୃଦ୍ଧି କରିଥିଲା। ପୋଲିସର ପ୍ରାଥମିକ ତଦନ୍ତରୁ ମେଲ ପଠାଉଥିବା ବ୍ୟକ୍ତି ଶଦାବ ଖାନ ଓ ସେ ଇୟୁରୋପୀୟ ଦେଶ ବେଲଜିୟମରୁ ମେଲ କରୁଥିବାର ଜଣାପଡିଥିଲା। ତେବେ ପରିଚୟ ଅସଲି କି ନକଲି ଜାଣିବା ଦରକାର ଥିଲା। ଶେଷରେ ତାହା ମଧ୍ୟ ଜଣାପଡିଯାଇଥିଲା ଓ ତେଲେଙ୍ଗାନାରୁ ପୋଲିସ ୧୯ ବର୍ଷ ବୟଷ୍କ ଗଣେଶ ରମେଶ ଭନପାରିଧିକୁ ଗିରଫ କରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com