Featuredଜାତୀୟରାଜନୀତି

୧୦ ଦିନ ଭିତରେ ନୂଆ ଦଳ ଗଢ଼ିବେ ଗୁଲାମ ନବୀ ଆଜାଦ

କଂଗ୍ରେସ ଠାରୁ ଅଲଗା ହେବା ପରେ ଗୁଲାମ ନବୀ ଆଜାଦ କେବେ ନିଜର ଦଳ ଗଠନ କରିବେ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା। ହେଲେ ଆଜିଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଜାଦ। ଆସନ୍ତା ୧୦ ଦିନ ଭିତରେ ସେ ନୂଆ ଦଳ ଗଠନ କରିବେ ବୋଲି କହିଛନ୍ତି। ଜାମ୍ମୁର ବାରାମୁଲାରେ ଏକ ରାଲିକୁ ସମ୍ବୋଧନ କରି ଏପରି କହିଛନ୍ତି ଗୁଲାମ ନବୀ । ଏହା ପୂର୍ବରୁ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ନିଜର ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଜାମ୍ମୁ-କାଶ୍ମୀରକୁ ପୁଣିଥରେ ଏକ ରାଜ୍ୟରେ ପରିଣତ କରିବା ପାଇଁ ଏକ ନୂଆ ଦଳ ଗଠନ କରିବେ ବୋଲି ସେ କହିଥିଲେ। କଂଗ୍ରେସରୁ ଇସ୍ତଫା ଦେବା ବେଳେ ସେ କହିଥିଲେ “ମୁଁ ମୋ ଦଳର ନାଁ ଠିକ୍ କରି ନାହିଁ। ତେବେ ସମସ୍ତେ ଯେମିତି ବୁଝିପାରିବେ ସେମିତି ଗୋଟେ ହିନ୍ଦୁସ୍ତାନୀ ନାଁ ମୋ ଦଳର ଦେବି।”ତାଙ୍କ ଦଳ କାଶ୍ମୀରର ଅଧିକାର ପାଇଁ ଲଢ଼ିବ। ଭାଗ ଭାଗ ହୋଇଯାଇଥିବା କେନ୍ଦ୍ର ଶାସିତ ଅଞ୍ଚଳକୁ ପୁଣିଥରେ ରାଜ୍ୟରେ ପରିଣତ କରିବାରେ ତାଙ୍କ ଦଳର ମୁଖ୍ୟ ଆଭିମୁଖ୍ୟ ରହିବ  ବୋଲି ଆଜାଦ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com