ଅନ୍ତର୍ଜାତୀୟଜାତୀୟସ୍ୱାସ୍ଥ୍ୟ

ଭାରତରେ ମଙ୍କିପକ୍ସ ସଙ୍କ୍ରମଣ ୪କୁ ବୃଦ୍ଧି

ନୂଆଦିଲ୍ଲୀ, ୨୭/୦୭/୨୦୨୨- ଦେଶରେ ମଙ୍କିପକ୍ସ ସଙ୍କ୍ରମଣ ଘଟଣା ଗୋଟିଏ ପରେ ଗୋଟିଏ ବଢ଼ିବାରେ ଲାଗିଛି ।  ଦିଲ୍ଲୀରେ ଦ୍ୱିତୀୟ ବ୍ୟକ୍ତିଙ୍କ ଠାରେ ମଙ୍କିପକ୍ସ ଲକ୍ଷଣ ଦେଖାଯିବା ପରେ ସାରା ଦେଶରେ ଏବେ ୪ଜଣ ସଙ୍କ୍ରମିତଙ୍କୁ ଚିହ୍ନଟ କରାଯାଇଛି । ତେବେ ଏହାର ମୁକାବିଲା ପାଇଁ ଦାନିଶ ସ୍ମଲପକ୍ସ ଟିକା ବ୍ୟବହାର କରାଯାଇପାରିବ ବୋଲି ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଟିକା ନିର୍ମାଣକାରୀ କମ୍ପାନୀର ସିଇଓ ଅଦାର ପୁନାୱାଲା କହିଛନ୍ତି । ଏନେଇ ସେରମ କମ୍ପାନୀ ପକ୍ଷରୁ ଲକ୍ଷାଧିକ ଦାନିଶ୍ ସ୍ମଲପକ୍ସ ଭାକ୍ସିନ୍ କିଣାଯାଇଥିବା ସେ ପ୍ରକାଶ କରିଛନ୍ତି । କିଛି ମାସରେ ଟିକା ଭାରତରେ ନିର୍ମାଣ କରାଯିବ । କେନ୍ଦ୍ର ସରକାରଙ୍କ ସହ ଏ ସମ୍ପର୍କରେ କୌଣସି ଆଲୋଚନା ହୋଇନଥିବାବେଳେ ଭାକ୍ସିନର ମୂଲ୍ୟ ମଧ୍ୟ ଧାର୍ଯ୍ୟ କରାଯାଇନଥିବା ପୁନାୱାଲା କହିଛନ୍ତି । ଦାନିଶ ଔଷଧ ନିର୍ମାଣକାରୀ କମ୍ପାନୀ ବାଭାରିଆନ୍ ନୋରଡିକ୍ ସହ ବିଚାର ବିମର୍ଶ କରିଥିବା ଜଣାପଡିଛି । ଅନ୍ୟପଟେ ନେଭୋଭାକ୍ସ ଟିକା ନିର୍ମାଣକାରୀ କମ୍ପାନୀ ମଙ୍କିପକ୍ସ ଲାଗି ମେସେଞ୍ଜର ଆରଏନଏ ଭାକ୍ସିନ୍ ତିଆରି କରିବାକୁ ଯୋଜନା କରୁଛି । ସେପଟେ ସେରମ କର୍ତ୍ତୃପକ୍ଷ ନୋଭୋଭାକ୍ସ ସହ ସମ୍ପର୍କରେ ଥିବା କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com