Breaking NewsFeaturedଜାତୀୟ

ଜଳ ଘେରରେ ବନ୍ଦୀ ହୋଇଛି ଦିଲ୍ଲୀ, ସାଂଘାତିକ ହେଲାଣି ସ୍ଥିତି

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଲୋଡ଼ିଲେ ସେନାବଳର ସହାୟତା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ହିମାଚଳପ୍ରଦେଶ ପରେ ପରେ ବନ୍ୟା ଘେରରେ ଉବୁଟୁବୁ ହେଉଛି ନୂଆଦିଲ୍ଲୀ। ହେଇଯାଇଛି ଦିଲ୍ଲୀ ଜଳମୟ । ପ୍ରବଳ ବର୍ଷାରେ ଜଳମଗ୍ନ ହୋଇପଡ଼ିଛି ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀର ଯମୁନା ନଦୀର ଜଳସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଦିଲ୍ଲୀରେ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାର ବିପଦ ସଙ୍କେତ ୨୦୫ ଦଶମିକ ୩୩ ମିଟର ରହିଥିବା ବେଳେ ଜଳସ୍ତର ୨୦୮ ଦଶମିକ ୪୧ ମିଟରରେ ପହଞ୍ଚି ଯାଇଛି । ପୁଣି ଜଳସ୍ତର ବୃଦ୍ଧି ଘଟିଲେ ଦିଲ୍ଲୀରେ ସାଂଘାତିକ ସ୍ଥିତି ସୃଷ୍ଟି ହେବ । ଯମୁନା ନଦୀରେ ଜଳସ୍ତର ବୃଦ୍ଧି କାରଣରୁ ଦିଲ୍ଲୀର ବିଭିନ୍ନ ରାସ୍ତାରେ ବନ୍ୟା ଜଳ ଲହରୀ ଭାଙ୍ଗୁଥିବା ବେଳେ ରାଜଘାଟ, ଆଇଟିଓ, କଶ୍ମୀର ଗେଟ ଅଞ୍ଚଳରେ ମଧ୍ୟ ବନ୍ୟା ଜଳ କଲବଲ କରୁଛି । ଏହାଭିତରେ ଲାଲକିଲ୍ଲାର ପଛ ପାଶ୍ୱର୍ରେ ମଧ୍ୟ ବନ୍ୟା ଜଳ ପଶିବା ଆରମ୍ଭ କରୀଛି । ପୁରୁଣା ଦିଲ୍ଲୀକୁ ଯାଉଥିବା ରାସ୍ତା ଜଳମଗ୍ନ ହୋଇଯିବା କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ପାଖାପାଖି ଜଳ ମାଡ଼ିଗଲାଣି।

Why is Delhi flooded_Encroachment of floodplains, extreme rainfall

ଦିଲ୍ଲୀରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ଫଳରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ସେନାବଳର ସହାୟତା ଲୋଡ଼ିଛନ୍ତି। ସେହିଭଳି ବଜିରାବାଦ ପାନୀୟ ଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ବନ୍ୟା ଜଳ ପଶିବା କାରଣରୁ ପ୍ଲାଣ୍ଟକୁ ବନ୍ଦ କରାଯାଇଛି । ତେଣୁ ଆଗକୁ ପାନୀୟ ଜଳ ସମସ୍ୟା ଦେଖାଦେଇପାରେ । ବିପଦକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫକୁ ନିୟୋଜିତ କରାଯାଇଛି । ଜଳମଗ୍ନ ହୋଇଥିବା ଅଞ୍ଚଳରୁ ଏନଡିଆରଏଫ ଟିମ୍ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ବନ୍ୟା ସ୍ଥିତି ଏତେ ସାଂଘାତିକ ହୋଇଛି ଯେ, ରାସ୍ତାଘାଟ ବୁଡିବା କାରଣରୁ ଟ୍ରାଫିକ ସମସ୍ୟା ଭୟଙ୍କର ହୋଇଛି । ବିଭିନ୍ନ ରାସ୍ତାରେ ହଜାର ହଜାର ଗାଡି ଅଟକି ରହିଛି । ଯେଉଁଥିପାଇଁ ଲୋକଙ୍କୁ ଘରୁ ବାହାରିବା ପୂର୍ବରୁ ଟ୍ରାଫିକ ସ୍ଥିତି ବାବଦରେ ଜାଣିବାକୁ କୁହାଯାଉଛି । କିଛି ସ୍ଥାନରେ ଟ୍ରାଫିକ ରୁଟକୁ ଡାଇର୍ଭଟ କରାଯାଇଥିବା ବେଳେ କିଛି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com