Featuredଜାତୀୟ

ଭାରତ ଆକାଶରେ ଦେଖାଯିବ ବିରଳ ଧୂମକେତୁ

ଅଧିକାଂଶ ସମୟରେ ତାରା ବା ଗ୍ରହ ଜଗତରୁ ଅନେକ ଅଦ୍ଭୂତ ଘଟଣା ସାମ୍ନାକୁ ଆସିଥାଏ । ଯାହାକି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବୈଜ୍ଞାନିକମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଦିଏ । ତେବେ ସେହିପରି ଏକ ଘଟଣା ବର୍ତ୍ତମାନ ଘଟିବାକୁ ଯାଉଛି । ଫଳରେ ଏଥର ସାରା ପୃଥିବୀବାସୀ ଏକ ବଡ଼ ଦୃଶ୍ୟ ଦେଖିବାକୁ ପାଇବେ । ଆସନ୍ତା ଫେବୃଆରୀ ମାସ ୧ ତାରିଖରେ ଏଭଳି କିଛି ଘଟିବାକୁ ଯାଉଛି । ଏହାଦ୍ୱାରା ଲୋକମାନେ ରାତି ଆଉ ଦିନ ଭିତରେ କିଛି ଫରକ ଅନୁଭବ କରିପାରିବେନି । ପାଖାପାଖି ୫୦ ହଜାର ବର୍ଷ ପରେ ମହାକାଶରେ ଏପରି ଏକ ବଡ଼ ଘଟଣା ଦେଖିବାକୁ ମିଳିବ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଦିନ ଯଦି ଆପଣଙ୍କ ଅଞ୍ଚଳରେ ଆକାଶ ପରିଷ୍କାର ରହିବ, ତେବେ ଆପଣମାନେ ଖାଲି ଆଖିରେ ଏହି ଅଦ୍ଭୂତ ଦୃଶ୍ୟକୁ ଦେଖିପାରିବେ । ଏଥିପାଇଁ କୌଣସି ଟେଲିସ୍କୋପର ଆବଶ୍ୟକତା ପଡ଼ିବ ନାହିଁ । ବାସ୍ତବରେ ଏହା ଏକ ଧୂମକେତୁ ଅଟେ । ଏହାର ନାମ ହେଉଛି ସି / ୨୦୨୨ ଇ୩ । ଏହା ପାଖାପାଖି ୫୦ ହଜାର ବର୍ଷ ପୂର୍ବରୁ ଅପର ପେଲିୟୋଲିଥିକ କାଳରେ ଏହା ଆସିଥିଲା । ସେ ସମୟରେ ମଣିଷର ଆଧୁନିକ ପ୍ରଜାତି ହୋମୋ ସାପିୟନ୍ସ ଆସିନଥିଲେ ।ଏହି ଧୂମକେତୁର ସନ୍ଧାନ ପ୍ରଥମ ଥର ପାଇଁ ଗତ ବର୍ଷ ମାର୍ଚ୍ଚ ମାସରେ କରାଯାଇଥିଲା । ତା’ପରଠାରୁ ଏହାକୁ କ୍ରମାଗତ ଭାବେ କାଲିଫର୍ଣ୍ଣିଆର ଜ୍ୱିକି ଟ୍ରାନ୍ସିଏଣ୍ଟ ଫ୍ୟାସିଲିଟିର ବୈଜ୍ଞାନିକମାନେ ଟ୍ରାକ୍ କରି ଆସୁଛନ୍ତି ।

ତେବେ ଏହା ଆସନ୍ତା ମାସ ପ୍ରଥମ ସପ୍ତାହରେ ପୃଥିବୀ ନିକଟରେ ଅତିକ୍ରମ କରିବ । କିନ୍ତୁ ଏହା ପୂର୍ବରୁ କୋରାପୁଟ ଜିଲ୍ଲା ଜୟପୁର ସହରର ଫଟୋଗ୍ରାଫର ମଳୟ କୁମାର ପାତ୍ର ଧୂମକେତୁର ଫୋଟୋ ଉତ୍ତୋଳନ କରିଛନ୍ତି । ପାତ୍ରପୁଟ ନିକଟରେ ଗତ ୨୧ ତାରିଖ ରାତି ଗୋଟାଏ ରୁ ସାଢ଼େ ୨ଟା ମଧ୍ୟରେ ଏହି ଧୂମକେତୁ ଦୃଶ୍ୟମାନ ହୋଇଥିବା ବେଳେ ତାହାକୁ ନିଜ କ୍ୟାମେରା ରେ କୟେଦ୍ କରିଥିଲେ ମଳୟ କୁମାର ପାତ୍ର । ତେବେ ୪ ମିନିଟ୍ ମଧ୍ୟରେ ୬୦ ରୁ ଅଧିକ ଫୋଟୋ ଉତ୍ତୋଳନ କରିଥିଲେ । ତେବେ ୨୦୨୦ ମସିହା ମାର୍ଚ୍ଚ ୨୬ ତାରିଖ ରେ ଏହି ଧୂମକେତୁ କୁ ଚିହ୍ନଟ କରାଯାଇଥିଲା ।

ନାସାର ନିଓ ୱାଇଜ୍ଜ ପ୍ରୋଗ୍ରାମ ଠାବ କରି ନାମକରଣ କରିଥିଲା । C / 2022 E3 (ZTF) ହେଉଛି Oort ମେଳା ଠାରୁ ଏକ ଦୀର୍ଘ ସମୟର ଧୂମ କେତୁ । ଯାହାକି ୨ ମାର୍ଚ୍ଚ ୨୦୨୨ ରେ ଜୁକି ଟ୍ରାନଜିଏଣ୍ଟ୍ ସୁବିଧା ଦ୍ୱାରା ଆବିଷ୍କୃତ ହୋଇଥିଲା । ଏହି ଧୁମକେତୁ ପ୍ରାୟତ ୫୦,୦୦୦ ବର୍ଷ କୁ ଥରେ ପୃଥିବୀ ଆଡକୁ ଗତି କରିଥାଏ, ଯାହାକୁ ଏକ ମହଜାଗତିକ ଦୃଶ୍ୟ କୁହାଯାଏ । ତେବେ ଏହା ଆସନ୍ତା ୨ ଫେବୃଆରୀ ୨୦୨୩ ରେ ଭାରତରେ ଏହା ସମ୍ପୂର୍ଣ ଆଖିରେ ଦେଖିହବ । ୫୦ ସହସ୍ର ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ଆକାଶରେ ବିରଳ ଆବିଷ୍କୃତ ଧୂମକେତୁ ଦେଖାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com