ଜାତୀୟରାଜନୀତି

ଆମ୍‌ ଆଦମୀ ପାର୍ଟି ଛାଡ଼ି ବିଜେପିରେ ମିଶିଥିଲେ, ମାସ କେଇଟା ଗଲାନି ପୁଣି ଫେରିଆସି ଦଳରେ ଦେଲେ ଯୋଗ

ଅହମଦାବାଦ() ଆପ ଛାଡ଼ି ବେଜେପିରେ ଯୋଗ ଦେଇଥିଲେ। ହେଲେ ମାସ କେଇଟା ଗଲାନି ପୁଣି ଘରକୁ ଫେରିଆସିଲେ। ସୁରତ କାଉନସିଲର କୁନ୍ଦନ କୋଠିୟା ଆମ୍‌ ଆଦ୍ମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ହେଲେ ବିଜେପିରେ ଦୁଇ ମାସ ହୋଇଛି କି ନାହିଁ ଆଜି ସେ ପୁଣି ଆପ୍‌ରେ ସାମିଲ୍ ହୋଇଛନ୍ତି।

୨୦୨୧ ସୁରତ ମ୍ୟୁନିସିପାଲ ଇଲେକ୍ସନରେ ୱାର୍ଡ-୪ରୁ ନିର୍ବାଚନ ଜିତିଥିଲେ କୁନ୍ଦନ କୋଠିଆ। ହେଲେ ଆପ୍‌ର ଦଳୀୟ କର୍ମୀମାନେ ତାଙ୍କୁ ଅପମାନ ଦେଇଥିବା ଅଭିଯୋଗ କରି ସେ ଦଳ ଛାଡ଼ି ବେଜେପିରେ ମିଶିଥିଲେ। ଗୁଜରାଟର ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ଗାନ୍ଧୀନଗର ସ୍ଥିତ ଦଳୀୟ ଅଫିସ୍‌କୁ ଆସି କୁନ୍ଦନ ବିଜେପିରେ ଯୋଗ ଦେଇଥିଲେ। ଏହି ସମୟରେ ବିଜେପି ଦାତୀୟ ସାଧାରଣ ସମ୍ପାଦକ ପ୍ରଦୀପ୍ସସିନହ ବଘେଲା ମଧ୍ୟ ଉପସ୍ଥିତ ଥିଲେ।

ହେଲେ ଏବେ ଦଳକୁ କୁନ୍ଦନ ପୁଣିଥରେ ଦଳକୁ ଫେରିଆସିଥିବାରୁ ଆମ ଆଦ୍ମୀ ପାର୍ଟି ଖୁସି ବ୍ୟକ୍ତ କରିଛି। ଦଳର ନେତା ଗୁଲାବ ସିଂହ ଯାଦବ କହିଛନ୍ତି ଆମେ କୋଠିଆଙ୍କୁ ପୁଣିଥରେ ଦଳରେ ସ୍ୱାଗତ କରୁଛୁ। ଅନ୍ୟପଟେ ଆପ୍‌ରେ ସାମିଲ୍ ହେବା ପରେ କୋଠିଆ କହିଛନ୍ତି ଯେ ମୁଁ ଭୁଲବୁଝାମଣାର ଶିକାର ହୋଇଥିଲି। ଆଉ ବିଜେପିରେ ଯୋଗ ଦେବା ମୋର ଗୋଟେ ମସ୍ତବଡ଼ ଭୁଲ ଥିଲା। ତେବେ ବାରମ୍ବାର ଦଳ ଡିଆଁ ନେଇ ପଚାରଯିବାର ସେ ନିରବ ରହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com