ଜାତୀୟ

ରାମ ଗୋପାଲ ବର୍ମା ଓ ଅଭିନେତା ପବନ କଲ୍ୟାଣଙ୍କୁ ଟାର୍ଗେଟ କଲେ ପୁନମ୍‌ କୌର, କହିଲେ- ଦୁଇ ଜଣ ପେଡ୍‌ ଏଜେଣ୍ଟ.. ମହିଳାମାନଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରନ୍ତି

ମୁମ୍ବାଇ() ସୋସିଆଲ୍‌ ମିଡିଆରେ ଆକ୍ଟିଭ୍‌ ରହୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ପୁନମ କୌର ଅନ୍ୟତମ । ପୁନମ୍‌ ସାଉଥ ସୁପରଷ୍ଟାର ପବନ କଲ୍ୟାଣ ଏବଂ ବଲିଉଡର ବିବାଦୀୟ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କୁ ସିଧାସଳଖ ଭାବେ ଟାର୍ଗେଟ୍‌ କରିଛନ୍ତି। କହିଛନ୍ତି ଉଭୟ ମହିଳାମାନଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରନ୍ତି।’ ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପୁନମ୍‌ କୌର୍‌। କହିବାକୁ ଗଲେ ପବନ କଲ୍ୟାଣ ସାଉଥର କେତେ ସଫଳ ଆଉ ବଡ ଅଭିନେତା ତାହା ଆଉ କାହାକୁ ଅଛପା ନାହିଁ। ସେ ଜଣେ ସୁପରଷ୍ଟାର ହେବା ସହ ଜଣେ ରାଜନେତା ମଧ୍ୟ। ସେ ଜନସେନା ପାର୍ଟିର ମୁଖ୍ୟ।

ନିକଟରେ ଅଭିନେତ୍ରୀ ପୁନମ ବିବାଦୀୟ ନିର୍ଦ୍ଦେଶକ ରାମ ଗୋପାଳ ଓ ସାଉଥର ସୁପରଷ୍ଟା ପବନ କଲ୍ୟାଣଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ବାସ୍ତବରେ ରାମ ଗୋପାଲ ଟ୍ୱିଟରରେ ପବନ କଲ୍ୟାଣଙ୍କୁ ପ୍ରଶଂସା କରିଥିଲେ। ଏଥିସହ ତାଙ୍କ ଭାଷଣର ୟୁଟ୍ୟୁବ ଲିଙ୍କ ସେୟାର ମଧ୍ୟ କରିଥିଲେ। ଏଥିରେ କ୍ୟାପସନ୍ ଦେଇ ରାମ ଗୋପାଳ ବର୍ମା ଲେଖିଥିଲେ – ‘ଏହି ଭାଷଣ ବର୍ତ୍ତମାନ ପର୍ଯ୍ୟନ୍ତ ପବନ କଲ୍ୟାଣଙ୍କର ସର୍ବୋତ୍ତମ ଭାଷଣ।’ ରାମ ଗୋପାଲ ବର୍ମାଙ୍କ ଏହି ଟ୍ୱିଟ୍ ଦେଖିବା ପରେ ଅଭିନେତ୍ରୀ ପୁନମ ନିରାଶ ହୋଇଥିଲେ। ସେ ତାଙ୍କ ପୋଷ୍ଟରେ ରିକମେଣ୍ଟ କରିଥିଲେ।

ପୁନମ ଏଥିରେ ରି-ଟ୍ୱିଟ୍ କରି ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ‘ଜଣେ ନିର୍ଦ୍ଦେଶକ ତାଙ୍କ ବାସ୍ତବ ଜୀବନରେ ଅପବ୍ୟବହାର କରନ୍ତି ଏବଂ ତା’ପରେ ଅନ୍ୟ ଏକ କୋଣକୁ ଯାଇ ହସନ୍ତି, ଅନ୍ୟ ଜଣେ ନିର୍ଦ୍ଦେଶକ ତଥା ଅଭିନେତା ରାଜନୈତିକ ଦୃଷ୍ଟିରୁ ଯେକୌଣସି ବ୍ୟକ୍ତିଙ୍କୁ ଅପମାନିତ କରିବା ପାଇଁ କିଛି ବି କରିପାରନ୍ତି ଏବଂ ତା’ପରେ ନିଜ କାମ ହାସଲ କରିବା ପରେ ହସନ୍ତି, ଉଭୟ ପେଡ୍‌ ଏଜେଣ୍ଟ ଭାବେ ନିଯୁକ୍ତି ପାଇଛନ୍ତି। ଏମାନେ ମହିଳାମାନଙ୍କୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି।’ ପୁନମଙ୍କ ଏଭଳି ଟ୍ୱିଟ୍‌ ଦେଖି ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com