Featuredଜାତୀୟରାଜନୀତି

ବିଚାରପତି ପାଇଁ ନିଯୁକ୍ତ କଲେଜିୟମ ବ୍ୟବସ୍ଥାକୁ ସମାଲୋଚନା କଲେ କେନ୍ଦ୍ର ଆଇନ୍ ମନ୍ତ୍ରୀ

ତେଜୁଛି ସୁପ୍ରିମକୋର୍ଟ-କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ । ବିଚାରପତି ପାଇଁ ନିଯୁକ୍ତ କଲେଜିୟମ ବ୍ୟବସ୍ଥାକୁ ଏଲିୟନ କହି ସମାଲୋଚନା କରିଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜୁ । ପୂର୍ବରୁ ମଧ୍ୟ କଲେଜିୟମ ବ୍ୟବସ୍ଥାକୁ ନେଇ ସେ ପ୍ରଶ ଉଠାଇଥିଲେ । ଏବେ ନିର୍ବାଚନ କମିସନରଙ୍କ ନିଯୁକ୍ତି ନେଇ ସରକାର ଓ ସୁପ୍ରିମକୋର୍ଟ ମଧ୍ୟରେ ବିତର୍କ ଚାଲିଥିବା ବେଳେ କଲେଜିୟମ ବ୍ୟବସ୍ଥାକୁ ଏଲିଅନ କହି ବିବାଦକୁ ବଢାଇଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ । କଲେଜିୟମ ବ୍ୟବସ୍ଥା ସମ୍ବିଧାନ ପ୍ରତି ‘ସର୍ବଥା ଅପରିଚିତ’ ଶବ୍ଦ ବୋଲି କହିଛନ୍ତି ।କଲେଜିୟମ ବ୍ୟବସ୍ଥା ଆମ ସମ୍ବିଧାନଠାରୁ ଭିନ୍ନ । କଲେଜିୟମ୍ ସିଷ୍ଟମରେ ତ୍ରୁଟି ରହିଛି । ଏହି ବ୍ୟବସ୍ଥା ଉପରେ କୌଣସି ଉତ୍ତର ଦାୟିତ୍ୱ ମଧ୍ୟ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com