ଜାତୀୟମନୋରଞ୍ଜନ

ପୁଅ ବିବାହରେ ବୋହୂ ସହ ଡ୍ୟାନ୍ସ କଲେ ଜାଭେଦ୍‌ ଅଖତର, ଫଟୋ ଭାଇରାଲ୍

ମୁମ୍ବାଇ() ପୁଅ ଫରାହାନ ଅଖତର ବିବାହରରେ ମନ ଭରିକି ନାଚିଲେ ବଲିଉଡର ଜଣାଶୁଣା ସଙ୍ଗୀତକାର ଜାଭେଦ ଅଖତର। ନୂଆ ବୋହୂର ହାତକୁ ଧରି ନାଚିଲେ ଶ୍ବଶୁର ଜାଭେଦ। ସଂଗୀତର ତାଳେ ତାଳେ ବୋହୂ ଶିବାନୀ ଦାଣ୍ଡେକର ସହ ମିଶି କଲେ ଡ୍ୟାନ୍ସ। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି।

 

View this post on Instagram

 

A post shared by Farhan Akhtar (@faroutakhtar)

ଗତ ଫେବୃୟାରୀ ୧୯ ତାରିଖରେ ହାତକୁ ଦି ହାତ ହୋଇଛନ୍ତି ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର। ସେ ତାଙ୍କ ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ଶିବାନୀଙ୍କୁ ନିଜ ସାତ ଜନମର ସାଥୀ କରିଛନ୍ତି। ଦୁହିଁଙ୍କ ବିବାହ ଥିଲା ନିଆରା। ଫରାହାନ ଅଖତରଙ୍କ ବିବାହ ବେଳର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋ ଗୁଡିକୁ ଫରାହାନ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି।

 

View this post on Instagram

 

A post shared by Farhan Akhtar (@faroutakhtar)

ଏହି ଫଟୋରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଜାଭେଦ ଅଖତର ତାଙ୍କ ନୂଆ ବୋହୂ ଶିବାନୀ ଦାଣ୍ଡେକରଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଜାଭେଦ ଓ ଶିବାନୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଉଭୟଙ୍କ ବିବାହ ବେଶ୍‌ ଧୂମ୍‌ଧାମ୍‌ରେ ମୁମ୍ବାଇର ଖଣ୍ଡାଲାସ୍ଥିତ ଏକ ଲଗ୍‌ଜରୀ ହୋଟେଲରେ ହୋଇଥିଲା। ଏହି ବିବାହରେ କେବଳ ପରିବାର ଲୋକେ ଓ କିଛି ଘନିଷ୍ଠ ବନ୍ଧୁ ବାନ୍ଧବମାନେ ଯୋଗ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com