Breaking NewsFeaturedଜାତୀୟରାଜନୀତି

ପିଟି ପିଟି ମାରିଦେଲା ପୁଲିସ୍‌! ଆଖି ବୁଜିଲେ ବିଜେପି ନେତା

ବିହାର ବିଜେପିର ପଦଯାତ୍ରାବେଳେ ପାଟନାରେ ପୁଲିସର ଲାଠିଚାର୍ଜ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପୁଲିସ୍‌ କଲା ଲାଠି ଚାର୍ଜ ଆଉ ପିଟିପିଟି ମାରିଦେଲା ଜଣେ ବିଜେପି ନେତାଙ୍କୁ। ଏଭଳି ସାଂଘାତିକ ଅଭିଯୋଗ ଉଠିଛି ବିହାର ପୁଲିସ ବିରୋଧରେ। ରିପୋର୍ଟ ଅନୁସାରେ ବିଜେପିର ବିଧାନସଭା ପଦଯାତ୍ରା ସମୟରେ ପାଟନା ପୁଲିସ କରିଥିଲା ଲାଠିଚାର୍ଜ। ଏଥିରେ ବହୁ ସଂଖ୍ୟକ ବିଜେପି ନେତା, ବିଧାୟକ ଓ ସାଂସଦ ଆହତ ହୋଇଛନ୍ତି। ବିହାର ବିଧାନସଭାରେ ହଙ୍ଗାମା ପରେ ବିଜେପି ନେତାଙ୍କ ପ୍ରତିବାଦ ଆରମ୍ଭ ହୋଇଥିଲା। ତେବେ ପୁଲିସର ଲାଠିଚାର୍ଜରେ ଜଣେ ବିଜେପି ନେତାଙ୍କର ମୃତ୍ୟୁ ହୋଇଯାଇଛି। ଜେହାନାବାଦ ଜିଲ୍ଲାର ବିେଜେପି ସାଧାରଣ ସମ୍ପାଦକ ବିଜୟ କୁମାର ସିଂଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସଂକଟାପନ୍ନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Bihar-Clash

ସେପଟେ ପାଟନା ଜିଲ୍ଲା ପ୍ରଶାସନ ଏହି ଖବରକୁ ଖଣ୍ଡନ କରିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ବିଜୟ ସିଂଙ୍କୁ ରାସ୍ତା କଡ଼ରେ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନାହିଁ। ତାଙ୍କୁ ପିଏମସିଏଚ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ସିସିଟିଭି ଫୁଟେଜକୁ ଯାଞ୍ଚ ପୂର୍ବକ ଘଟଣାର ତଦନ୍ତ କରାଯିବାକୁ ଦାବି ହେଉଛି।

ସୂଚନା ଥାଉକି, ବିଜେପିର ବରିଷ୍ଠ ନେତା ତଥା କର୍ମୀମାନେ ବିଧାନସଭା ପଦଯାତ୍ରାରେ ନିଯୁକ୍ତ ଶିକ୍ଷକମାନଙ୍କ ପାଇଁ ରାଜ୍ୟକର୍ମା ମାନ୍ୟତା ମାଗିଥିଲେ। ଡାକବଙ୍ଗାଲୋ ଛକ ନିକଟରେ ଅବସ୍ଥାପିତ ପାଟନା ପୋଲିସ ପ୍ରଥମେ ବିଜେପି ନେତାମାନଙ୍କୁ ପଛକୁ ଯିବାକୁ କହିଥିଲେ। କିନ୍ତୁ, ଯେତେବେଳେ ବିଜେପି ନେତାମାନେ ରାଜି ହୋଇନଥିଲେ, ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ ଆରମ୍ଭ କରିଥିଲା। ପୋଲିସ ନେତା ଓ କର୍ମୀଙ୍କୁ ମାଡ ମାରିବା ସହ ଲୁହବୁହା ଗ୍ୟାସ ସେଲ ପ୍ରୋୟଗ କରିଥିଲା। ଏହି ସମୟରେ ବିଜେପି ନେତା ବିଜୟ ସିହ୍ନାଙ୍କ ସମେତ ଅନେକ ନେତା ଆହତ ହୋଇଥିଲେ। ବିଜେପି ନେତାଙ୍କ ମୃତ୍ୟୁ ପରେ ବିହାର ରାଜନୀତି ଉଗ୍ର ରୂପ ଧାରଣ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘଟଣାରେ ନୀତିଶ ସରକାରଙ୍କୁ ଘେରିଛନ୍ତି। ନଡ୍ଡା ଟ୍ୱିଟ୍ କରି କହିଛନ୍ତି, ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ପାଟନାରେ ହୋଇଥିବା ଲାଠି ଚାର୍ଜ ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି। ମହାଗଠବନ୍ଧନ ସରକାର ଦୁର୍ନୀତିର ଦୁର୍ଗକୁ ବଞ୍ଚାଇବାକୁ ଲୋକତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି।

Bihar BJP Protest

ଅନ୍ୟପଟେ ବିଜେପି ସାଂସଦ ସୁଶୀଲ ମୋଦି କହିଛନ୍ତି ଯେ ସରକାର ଏହି ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି। ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଏହା ହେଉଛି ଅନ୍ୟାୟ। ବିଜେପିର ଜେହାନାବାଦ ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ସିଂଙ୍କ ପୁଲିସ ଲାଠିଚାର୍ଜରେ ମୃତ୍ୟୁ ଘଟିଛି। ସେହିପରି ପୂର୍ବତନ ମନ୍ତ୍ରୀ ଶାହନାୱାଜ ହୁସେନ୍‌ କହିଛନ୍ତି ଯେ ପାଟନା ପୁଲିସ ମହିଳାଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଆମେ ଶାନ୍ତିପୂର୍ଣ୍ଣ ଭାବରେ ପଦଯାତ୍ରା କରୁଥିଲୁ କିନ୍ତୁ ପୋଲିସ ହଠାତ୍ ସମସ୍ତଙ୍କ ଉପରେ ଲାଠିଚାର୍ଜ ଆରମ୍ଭ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com