ଜାତୀୟମନୋରଞ୍ଜନ

ବଚ୍ଚନ ପାଣ୍ଡେକୁ ନେଇ ବଡ ଖବର: ଏହି ଦିନ ରିଲିଜ ହେବାକୁ ଯାଉଛି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମର ଟ୍ରେଲର, ନିଜେ କଲେ ଘୋଷଣା

ମୁମ୍ବାଇ() ଆଗାମୀ ନୂଆ ଚଳଚ୍ଚିତ୍ର ବଚ୍ଚନ ପାଣ୍ଡେକୁ ନେଇ ମୁହଁ ଖୋଲିଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର । ଫିଲ୍ମର ଏକ ନୂଆ ପୋଷ୍ଟର ଶେୟର କରିବା ସହିତ ଟ୍ରଲର ରିଲିଜ କରିବା ତାରିଖ ମଧ୍ୟ ଘୋଷଣା କରିଛନ୍ତି ଅକ୍ଷୟ । ଆସନ୍ତା ଫେବୃୟାରୀ ୧୮ ତାରିଖ ଦିନ ରିଲିଜ ହେବ ଫିଲ୍ମ ବଚ୍ଚନ ପାଣ୍ଡେର ଟ୍ରେଲର । ତେବେ ଏହି ଫିଲ୍ମରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ଜଣାଯାଇଛି ।

ବଚ୍ଚନ ପାଣ୍ଡେର ନୂଆ ପୋଷ୍ଟରରେ ଗ୍ୟାଙ୍ଗଷ୍ଟାର ଲୁକରେ ନଜର ଆସିଛନ୍ତି ଅକ୍ଷୟ । ଏହାସହିତ ପୋଷ୍ଟରର ଟ୍ୟାଗଲାଇନ ସମସ୍ତଙ୍କ ମନକୁ ଛୁଇଁଛି । “ମୁଝେ ଭାଇ ନେହିଁ ଗଡଫାଦର ବୋଲତେ ହେଁ’ ଲେଖି ଫିଲ୍ମର ପୋଷ୍ଟର ଶେୟର କରିଛନ୍ତି ଖିଲାଡି କୁମାର । ଏହା ସହିତ ସେ କହିଛନ୍ତି ଯେ ବଚ୍ଚନ ପାଣ୍ଡେ ଆପଣଙ୍କୁ ହସେଇବା, କନ୍ଦେଇବା ଏବଂ ଡରାଇବା ପାଇଁ ପ୍ରସ୍ତୁତ ଅଛି । ତେଣୁ ବଚ୍ଚନ ପାଣ୍ଡେକୁ ଆପଣ ଭଲ ପାଇବା ଦିଅନ୍ତୁ । ଟ୍ରେଲର ୧୮ ଫେବୃୟାରରେ ରିଲିଜ ହେବା କଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଅକ୍ଷୟ ।

Related Articles

Back to top button
WP Twitter Auto Publish Powered By : XYZScripts.com