Featuredଜାତୀୟ

ରାଫେଲରେ ପୁଅ ସହ ଉଡିଲେ ବାୟୁସେନା ମୁଖ୍ୟ

ରାଫେଲରେ ପୁଅ ସହ ଉଡିଲେ ବାୟୁସେନା ମୁଖ୍ୟ । ଅତ୍ୟାଧୁନିକ ଲଢୁଆ ବିମାନ ରାଫେଲରେ ବାୟୁସେନା ମୁଖ୍ୟ ଏୟାର ଚିପ୍ ମର୍ସାଲ ଭିଆର୍ ଚୌଧୁରୀ ଓ ତାଙ୍କ ପୁଅ ସ୍କାର୍ଡନ ଲିଡର ମିହିର ଭି ଚୌଧୁରୀ ଉଡିଛନ୍ତି । ପଶ୍ଚିମବଙ୍ଗର ହସିମରା ବାୟୁସେନା ଘାଟିରୁ ତିନିଦିନିଆ ଏୟାରକ୍ରାଫ୍ଟ କମ୍ବାଟ ଟ୍ରେନିଂ ମିଶନରେ ସେମାନେ ଏହି ଉଡାଣ କରିଛନ୍ତି । ଏହି ଅବସରରେ ବାୟୁସେନା ମୁଖ୍ୟ ଏୟାରବେସର ପ୍ରସ୍ତୁତି ନେଇ ପ୍ରଂଶସା କରିବା ସହ ସେଠାକାର କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ସବୁବେଳେ ଭାରତର ଆକାଶକୁ ସୁରକ୍ଷିତ ରଖିବା ପାଇଁ ସେ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com