ଜାତୀୟ

ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂଙ୍କ ପରଲୋକ

ନୂଆଦିଲ୍ଲୀ() ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂଙ୍କ ପରଲୋକ । ୯୧ ବର୍ଷ ବୟସରେ ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି । ସେ ଦୀର୍ଘ ସମୟରୁ ବାର୍ଦ୍ଧକ୍ୟ ଜନିତ ଏକାଧିକ ରୋଗରେ ପୀଡିତ ଥିଲେ । ଆଜି ଉନା ସ୍ଥିତ ନିଜ ବାସଭବନରେ ହୃଦଘାତରେ ଚରଣଜିତ ସିଂଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଦିନେ ସେ ମିଡ୍-ଫିଲ୍ଡର୍ ଭାବେ ଭାରତୀୟ ହକି ଦଳ ତରଫରୁ ଚମତ୍କାର ଖେଳ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ ।

ପ୍ରାୟ ୫ ବର୍ଷ ପୂର୍ବରୁ ପ୍ରଥମ ହୃଦଘାତର ଶିକାର ହେବା ପରେ ଚଣଜିତ ପକ୍ଷାଘାତରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ୧୯୬୪ ଟୋକିଓ ଅଲିମ୍ପିକ୍ସକୁ ବାଦ୍ ଦେଲେ ୧୯୬୦ ସମର୍ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ରୌପ୍ୟ ପଦକ ହାସଲ କରିବା ସମୟରେ ଚରଣଜିତ ଦଳରେ ସାମିଲ ଥିଲେ । ସେହିଭଳି ୧୯୬୨ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ହକି ଦଳରେ ଚରଣଜିତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ତେବେ ହକିରୁ ଅବସର ଘୋଷଣା କରିବା ପରେ ବି ସେ ଖେଳ ସହ ଜଡ଼ିତ ଥିଲେ । ପ୍ରାୟ ୧୨ ବର୍ଷ ପୂର୍ବେ ଚରଣଜିତଙ୍କ ସ୍ତ୍ରୀଙ୍କର ନିଧନ ଘଟିଥିଲା । ବଡପୁଅ କାନାଡାରେ ଡାକ୍ତର ଥିବା ବେଳେ ଚରଣଜିତ ସାନ ପୁଅ ସହ ରହୁଥିଲେ । ଝିଅ ତାଙ୍କର ଦିଲ୍ଲୀରେ ରହୁଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com