ଜାତୀୟ

ନାଳନ୍ଦାରେ ନୀତିଶ କୁମାରଙ୍କଠୁ ମାତ୍ର ୧୫ ଫୁଟ୍ ଦୂରରେ ବିସ୍ଫୋରଣ, ଭୟରେ ଏତେ ତେଣେ ଦୌଡିଲେ ଲୋକେ

ନାଳନ୍ଦା() ବିହାରର ନାଳନ୍ଦା ଜିଲ୍ଲାରୁ ବଡ ଖବର। ଏଠାକାର ସିଲାଭର ଗାନ୍ଧୀ ହାଇସ୍କୁଲର କାର୍ଯ୍ୟକ୍ରମ ସମୟରେ କୌଣସି ଦୁର୍ବୃତ୍ତ ପଟାଖା ବୋମା ଫୁଟାଇଛି। ଆଉ ଏହି ବୋମା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କଠୁ ମାତ୍ର ୧୫ରୁ ୧୮ ଫୁଟ୍ ଦୂରରେ ଫୁଟିଛି। ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳି ଯାଇଛି।ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ଅଭିଯୁକ୍ତକୁ ଧରି ନେଇଛି। ଏଥିରେ କେହି ଆହତ ହୋଇଥିବାର ସୂଚନା ମିଳି ନାହିଁ। ମଞ୍ଚ ପଛରେ ଥିବା ଖେତରେ ଏହି ବୋମା ଫୁଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଥମେ ପାଭାପୁରୀ ଗସ୍ତ କରିଥିଲେ। ସେଠାରୁ ସିଲାଭ ଦେଇ ରାଜଗିରି ଯିବାର ତାଙ୍କର କାର୍ଯ୍ୟକ୍ରମ ଥିଲା। ଏହି କ୍ରମରେ ସିଲାଭ ଗାନ୍ଧୀ  ହାଇସ୍କୁଲରେ କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଛି। ସେହି ସମୟରେ ପେଣ୍ଡାଲରେ ବସିଥିବା ପ୍ରାୟ ୨୫୦ ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିଲେ ମୁଖ୍ୟମନ୍ତ୍ରୀ। ଅଚାନକ ମଞ୍ଚ ପଛ ପଟୁ ବୋମା ଫୁଟିଥିଲା। ମୁଖ୍ୟମନ୍ତ୍ରୀ ସମେତ ଅନ୍ୟ ଅଧିକାରୀଙ୍କୁ କେବଳ ଶବ୍ଦ ଶୁଣିବାକୁ ମିଳିଥିଲା। ମାତ୍ର ବୋମା ଜୋରରେ ଫୁଟିବାରୁ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ଭୟରେ ଏତେ ତେଣେ ଦୌଡିଥିଲେ।

ବୋମା ଫୁଟାଇଥିବା ଅଭିଯୁକ୍ତ ହେଉଛନ୍ତି ଇସଲାମପୁର ବ୍ଲକର ସତ୍ୟାରଙ୍ଗଜ ଗାଁର ବାସିନ୍ଦା। ପୋଲିସ ତାଙ୍କୁ ଫଟାକା ଫିଙ୍ଗିଥିବା ଦେଖିବାକୁ ପାଇଥିଲେ। ଏହି ଆଧାରରେ ହିଁ ପୋଲିସ ତାଙ୍କୁ ମାଡି ବସିଛି।

Related Articles

Back to top button
WP Twitter Auto Publish Powered By : XYZScripts.com