ଜାତୀୟବାଣିଜ୍ୟ

ସରକାରୀ କମ୍ପାନୀ ଏବଂ ସଂସ୍ଥାର ଜମି ବିକିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ର ଉଦ୍ୟମ(CPSEs) ହେଉ କିମ୍ବା ସରକାରୀ ଏଜେନ୍ସି ହେଉ ଏମାନଙ୍କର ଖାଲି ପଡିଥିବା ଜମି, ଭବନ ଏବଂ ସଂପତ୍ତି ବିକ୍ରି କରି ରାଜସ୍ଵ ସଂଗ୍ରହ କରିବେ କେଦ୍ର ସରକାର। ଏହି କାମ ପାଇଁ କେନ୍ଦ୍ର ସରକାର ଏକ କମ୍ପାନୀ ମଧ୍ୟ ଗଠନ କରିଛନ୍ତି। ଏହି କମ୍ପାନୀର ନାମ ରାଷ୍ଟ୍ରୀୟ ଭୂମି ମୌଦ୍ରୀକରଣ ନିଗମ(ଏନଏଲଏମସି) ରଖାଯାଇଛି। କମ୍ପାନୀ ଉପରେ ସରକାରଙ୍କ ସଂପୂର୍ଣ୍ଣ ମାଲିକାନା ହକ୍ ରହିବ। ଆର୍ଥିକ ବର୍ଷ ୨୦୨୧-୨୨ ବଜେଟରେ ପ୍ରଥମ ଥର ଏହି ଧରଣର ସଂପତ୍ତି ବିକ୍ରି କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଏବେ କମ୍ପାନୀର ଗଠନ କରିଛନ୍ତି।
ଚଳିତ ବର୍ଷ ସାଧାରଣ ବଜେଟ୍‌ର ଗୋଟିଏ ଦିନ ପୂର୍ବରୁ ଆର୍ଥିକ ସର୍ଭେକ୍ଷେଣରେ ରାଷ୍ଟ୍ରୀୟ ଭୂମି ମୌଦ୍ରୀକରଣ ନିଗମ(ଏନଏଲଏମସି)ର ଗଠନ ଉଲ୍ଲେଖ କରାଯାଇଥିଲା। ସର୍ଭେରେ ଦର୍ଶାଯାଇଥିଲା ଯେ, ଏନଏଲଏମସିକୁ କେନ୍ଦ୍ରୀୟ ସାର୍ବଜନୀନ  ଉପକ୍ରମର ୩୪୦୦ ଏକର ଜମି ଏବଂ ଅନ୍ୟ ସଂପତ୍ତି ବିକ୍ରି କରିବାକୁ ପ୍ରସ୍ତାବ ଦିଆଯାଇଛି। ଏମଟିଏନଏଲ, ବିଏସଏନଏଲ, ବିପିସିଏଲ, ବିଆଣ୍ଡଆର, ବିଇଏମଏଲ,ଏଚଏମଟି ଲିମିଟେଡ୍ ଏବଂ ଇନଷ୍ଟ୍ର୍ୟୁମେଣ୍ଟେସନ ଲିମିଟେଡ୍ ପରି ସରକାରୀ କମ୍ପାନୀ ଭୂମି ମୌଦ୍ରୀକରଣ ନିଗମକୁ ନିଜ ସଂପତ୍ତିର ତଥ୍ୟ ମଧ୍ୟ ଦେଇ ସାରିଛନ୍ତି।
ଆର୍ଥିକ ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ରୁ ୨୦୨୪-୨୫ ସମୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ସଂପତ୍ତି ବିକ୍ରିରୁ ୬ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ସଡକ, ରେଲଓ୍ଵେ, ବିଜୁଳି, ତେଲ ଏବଂ ଗ୍ୟାସ୍ ପାଇପଲାଇନ୍ ବ୍ୟତୀତ ଦୂରସଞ୍ଚାର କ୍ଷେତ୍ରର ପ୍ରାୟ ୮୩ ପ୍ରତିଶତ ସଂପତ୍ତି ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com