Breaking NewsFeaturedରାଜନୀତି

ରାଜସ୍ଥାନ ପଲିଟିକ୍ସ: ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ନକଲେ କଂଗ୍ରେସର ହେବ କ୍ଷତି । ଜାଣନ୍ତୁ କେମିତି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ରାଜସ୍ଥାନ ରାଜନୀତିର ମ୍ୟାଜିକସିଆନ । କଂଗ୍ରେସର ବରିଷ୍ଠ ଚେହେରା । କେତେବେଳେ କେଉଁ ଗୋଟି ଚଳାଇଲେ ଫାଇଦା ମିଳିବ ସେଥିରେ ସେ ବେଶ ଧୁରନ୍ଧର । ଗେହଲଟ ହିଁ ଜାଣନ୍ତି କେଉଁ ରାଣନୀତି ଆପଣାଇଲେ କଂଗ୍ରେସ ତାଙ୍କ କଥା ଶୁଣିବ । ଏବଂ ସେ ଯାହା ଚାହିିଁବେ ତାହା କରିପାରିବେ । ଯାହାର ଏକ ଉଦାହରଣ ହେଉଛି କଂଗ୍ରେସ ରାଷ୍ଟ୍ରୀୟ ସଭାପତି ନିର୍ବାଚନ । କ୍ଷମତାର ଲୋଭ ଏତେ ଯେ ଅଧ୍ୟକ୍ଷ ପଦ ବି ତା ଆଗରେ ଫିକା ପଡିଗଲା । ଆଉ ଏବେ ସେହି ମୁଖ୍ୟମନ୍ତ୍ରୀ ଆସନକୁ ହାତଛଡା ନ କରିବା ପାଇଁ ଚଳାଇଛନ୍ତି ଜୋରଦାର ପ୍ରୟାସ । ପୁଣି ଥରେ ଶାସନ ଡୋର ଧରିବା ପାଇଁ ମ୍ୟାଜିକ ଚଳାଇଛନ୍ତି ରାଜନୀତିର ଏହି ଯାଦୁଗର । ଯଦିଓ ୨୦୨୩ବିଧାନସଭା ନିର୍ବାଚନ ନେଇ ମାହୋଲ ସରଗରମ ରହିଛି ତା ଭିତରେ ଗେହଲଟଙ୍କ ବୟାନ ଆହୁରି ଚର୍ଚ୍ଚାର ଖୋରାକ ଯୋଗାଉଛି ।

ଆପଣ ଜାଣିଛନ୍ତି ଯେ ରାଜସ୍ଥାନ ପାଇଁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନି କଂଗ୍ରେସ । ଏନେଇ କୌଣସି ନିଷ୍ପତି ନେଇ ନାହାନ୍ତି କଂଗ୍ରେସ ହାଇକମାଣ୍ଡ । ହେଲେ ତା ପୂର୍ବରୁ ନିଜକୁ ଆଗାମୀ ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା କରିସାରିଛନ୍ତି ଅଶୋକ ଗେହଲଟ ।ବାସ୍ତବରେ ଗେହଲଟ କ୍ରମାଗତ ଭାବରେ କହି ଆସୁଛନ୍ତି ଯେ ସେ ସିଏମ ହେବାକୁ ଚାହୁଁ ନାହାନ୍ତି । କିନ୍ତୁ ଏଥର ସେ ସେହି ସମାନ କଥା କହିଥିଲେ ମଧ୍ୟ ଯେଉଁ ତରିକାରେ କହିଥିଲେ ତାକୁ ଦେଖି ତାଜୁବ ହୋଇଯାଇଛନ୍ତି କଂଗ୍ରେସ ନେତୃତ୍ୱ । ରାଜସ୍ଥାନର ଜନତା ଜାଣିବାକୁ ବହୁତ ଆଗ୍ରହୀ ଯେ, ଯଦି ରାଜ୍ୟରେ କଂଗ୍ରେସ ପୁଣି ଶାସନ କ୍ଷମତାକୁ ଫେରିବ, ତେବେ ମୁଖ୍ୟମନ୍ତ୍ରୀ ଚେହେରା କିଏ । ଆଉ ଏବେ ଦଳର ବିନା ସହମତିରେ ଅଶୋକ ଗେହଲଟ ତାଙ୍କର ଫାଇନାଲ ଜବାବ ଦେଇସାରିଛନ୍ତି । ସେ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନାହାନ୍ତି, କିନ୍ତୁ ଏହି ଆସନ ତାଙ୍କୁ ଛାଡିବାକୁ ପ୍ରସ୍ତୁତ ନୁହେଁ ନା କେବେ ଛାଡିବ ।

ତେବେ ଗେବଲଟଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର । କାରଣ ତାଙ୍କୁ ସିଏମ ପ୍ରତିଯୋଗୀ ଭାବେ ଏଯାଏ ଘୋଷଣା କରିନାହିଁ ଦଳ । ହେଲେ ଏହି ବିବୃତିରୁ ଜଣାପଡୁଛି ଯେ ଦଳର ହାଇକମାଣ୍ଡ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି ଗେହଲଟ । ଆଉ ଯଦି ନିର୍ବାଚନ ଜିତିବା ପରେ ସେ ସିଏମ ନହୁଅନ୍ତି ତେବେ କଂଗ୍ରେସ ବହୁତ କ୍ଷତି ସହିବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି ।

ଏଠାରେ କହିରଖୁଛୁ ଯେ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଅଶୋକ ଗେହଲଟଙ୍କ ନାମ ଆଗରେ ରହିଥିଲା । କିନ୍ତୁ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆସନ ଛାଡିବାକୁ ଚାହୁଁନଥିଲେ । ଏଭଳି ସ୍ଥିତିରେ ସେ ଦଳର ହାଇକମାଣ୍ଡଙ୍କ ଉପରେ ଜାଦୁ ଚଲାଇ ଅଧ୍ୟକ୍ଷ ପଦକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ଏହାସହ ସଚିନ ପାଇଲଟଙ୍କୁ ମଧ୍ୟ କେବେ ମୁଖ୍ୟମନ୍ତ୍ରୀ ପ୍ରତିଦ୍ୱନ୍ଦୀ ଭାବେ ଆଗକୁ ବଢିବାକୁ ଦେଇନଥିଲେ । ଏହି ସବୁ କାରଣରୁ ତାଙ୍କୁ ରାଜସ୍ଥାନର ଯାଦୁଗର ବୋଲି ଜଣାଯାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com