ଜାତୀୟମନୋରଞ୍ଜନ

୪ ବର୍ଷ ଚାଲିଲାନି ୧୦ କୋଟିର ବାହାଘର, ଏବେ ସୋଭିତାଙ୍କୁ ଡେଟ୍‌ କରୁଛନ୍ତି ନାଗା ଚୈତନ୍ୟ!

ମୁମ୍ବାଇ: ସାଉଥ୍‌ ଷ୍ଟାର୍‌ ନାଗା ଚୈତନ୍ୟ ଏବଂ ସାମନ୍ଥା ଗତ କିଛି ବର୍ଷ ହେବ ଅଲଗା ରହୁଛନ୍ତି। ବିବାହରେ ସମସ୍ୟା ପାଇଁ ଦୁହେଁ ଅଲଗା ହୋଇଯାଇଛନ୍ତି। ଗତ କିଛି ମାସ ତଳେ ଏହି ଖବର ଆସିବା ପରେ ନିରାଶ ହୋଇଥିଲେ ଫ୍ୟାନ୍ସ। ନାଗା ଚୈତନ୍ୟ ଏବଂ ସାମନ୍ଥାଙ୍କୁ ଏକାଠି ଦେଖିବାକୁ ପସନ୍ଦ କରୁଥିବା ଲୋକେ ନିରାଶ ହୋଇଥିଲେ। ପରସ୍ପରଠୁ ଅଲଗା ହେବା ଖବର ସାମସ୍ଥା ଏବଂ ନାଗା ଚୈତନ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ। ଏବେ କିନ୍ତୁ ଆଉ ଜଣେ ଅଭିନେତ୍ରୀଙ୍କ ସହ ନାଗା ଚୈତନ୍ୟ  ନୂଆ ଲଭ୍‌ ଲାଇଫ୍‌ ଆରମ୍ଭ କରବିକୁ ଯାଉଥିବା ଶୁଣିବାକୁ ମିଳୁଛି।

ନାଗା ଚୈତନ୍ୟ ଅଭିନେତ୍ରୀ ସୋଭିତା ଧୁଲିପାଲାଙ୍କୁ ଡେଟ୍‌ କରୁଥିବା ଶୁଣିବାକୁ ମିଳୁଛି। ସୋଭିତାଙ୍କ ସହ ତାଙ୍କୁ ନୂଆ ଘରେ ଦେଖିବାକୁ ମିଳିଛି। ଏତିସହ ଅନେକ ସମୟରେ ହୁହିଁଙ୍କୁ ବାହାରେ ଡିନରରେ ଯିବାର ମଧ୍ୟ ଦେଖିବାକୁ ମିଳିଛି। ହିନ୍ଦୀ ମାଲାୟଲାମ୍‌ ଏବଂ ତେଲଗୁ ପିଲ୍ମରେ ଅଭିନୟ କରିଛନ୍ତି ସୋଭିତା। ଫେମିନା ମିସ୍‌ ଇଣ୍ଡିଆ ଅର୍ଥ ୨୦୧୩ ଟାଇଟେଲ୍‌ ଜିତିଛନ୍ତି ସୋଭିତା।

୨୦୧୭ ମସିହାରେ ଅକ୍ଟୋବର ୬ ତାରିଖରେ ବିବାହ କରିଥିଲେ ନାଗା ଚୈତନ୍ୟ ଏବଂ ସାମନ୍ଥା। ଏହି ବିବାହରେ  ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏକ ଦମ୍‌ ଗ୍ରାଣ୍ଡ ୱେଡିଂ କରିଥିଲେ ଦୁହେଁ।

Related Articles

Back to top button
WP Twitter Auto Publish Powered By : XYZScripts.com