ଜାତୀୟମନୋରଞ୍ଜନ

‘Bhool Bhulaiyaa-2’ ହିଟ୍‌ ହେବା ପରେ ବାରଣାସିରେ ପହଞ୍ଚିଲେ କାର୍ତ୍ତିକ ଆର୍ଯ୍ୟନ, ଗଙ୍ଗା ଆରତୀରେ ହେଲେ ସାମିଲ

ମୁମ୍ବାଇ: ନିକଟରେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ୍‌ ଭୁଲେୟାଁ-୨’ ରିଲିଜ୍‌ ହୋଇଛି । ଫିଲ୍ମଟି ଚାରି ଦିନ ମଧ୍ୟରେ ୬୬ କୋଟି ଅତିକ୍ରମ କରିଛି । କୁହାଯାଉଛି ଖୁବ୍‌ ଶୀଘ୍ର ୧୦୦ କୋଟି ଆଡକୁ ଛୁଇଁବାକୁ ଯାଉଛି । ଏଭଳି ପରିସ୍ଥିତିରେ ନିର୍ମାତା ଭୂଷଣ କୁମାର ଫିଲ୍ମର ସଫଳତାକୁ ଦେଖି ଏତେ ଖୁସି ଯାଇଥିଲେ ଯେ କାର୍ତ୍ତିକଙ୍କ ସହ ବାରଣାସିରେ ପହଞ୍ଚିଛନ୍ତି । ଦୁହେଁ ସେଠାରେ ଭଗବାନ ଶିବଙ୍କୁ ଦର୍ଶନ କରିବା ସହିତ ଗଙ୍ଗା ଆରତୀ ମଧ୍ୟ କରିଛନ୍ତି। ଏନେଇ କାର୍ତ୍ତିକ ତାଙ୍କ ସୋସିଆଲ ମିଡିଆରେ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି।

 

View this post on Instagram

 

A post shared by KARTIK AARYAN (@kartikaaryan)

ତେବେ ଫିଲ୍ମର ଅପାରସଫଳତା ପରେ କାର୍ତ୍ତିକ ଆର୍ଯ୍ୟନ ବାରଣାସିରେ ପହଞ୍ଚିଥିଲେ। ସେଠାରେ ସେ ଭୂଷଣ କୁମାରଙ୍କ ସହ କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ପରେ ଗଙ୍ଗା ଆରତୀରେ ମଧ୍ୟ ଭାଗ ନେଇଥିଲେ। ହେଲେ ପୋଲିସ୍‌ ସୁରକ୍ଷା ଥାଇ ମଧ୍ୟ ଭିଡ ଅନିୟନ୍ତ୍ରିତ ହେବାରୁ ପ୍ରଥମେ ମନା କରି ଦେଇଥିଲେ। ପରେ ଆଳତୀରେ ସାମିଲ୍‌ ହୋଇଥିଲେ । ଏନେଇ କାର୍ତ୍ତିକ ସୋସିଆଲ ମିଡିଆରେ ତାଙ୍କ ଦର୍ଶନ ସହ ଜଡିତ କିଛି ସ୍ବତନ୍ତ୍ର ଫଟୋ ମଧ୍ୟ ସେୟାର କରିଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

କାର୍ତ୍ତିକଓ କିଆରାଙ୍କ ଫିଲ୍ମ ୱାର୍ଲ୍ଡୱାଇଡ୍‌ରେ ଜଲୱା ଦେଖାଉଛି । ଦୁହିଁଙ୍କ ଅଭିନୟର ଯାଦୁ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛି । ଆଶା କରାଯାଉଛି ଯେ ଏହି ସପ୍ତାହ ଶେଷ ସୁଦ୍ଧା ଏହି ଚଳଚ୍ଚିତ୍ର ୧୦୦ କୋଟି ଅତିକ୍ରମ କରିବ।

Related Articles

Back to top button
WP Twitter Auto Publish Powered By : XYZScripts.com