ଜାତୀୟରାଜନୀତି

ମଲ୍ଲିକାର୍ଜ୍ଜୁନ ଶଶି ଥରୁର୍ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ, ୩୦ /୦୯/୨୦୨୨-  କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମୁହାଁମୁହିଁ ହେବେ ଶଶି ଥରୁର ଏବଂ ମଲ୍ଲିକାର୍ଜ୍ଜୁନ ଖଡଗେ । ଏହି ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଦାଖଲ ସମୟ ଶେଷ ହୋଇଛି । ନିର୍ବାଚନରେ ୩ ଜଣ ନାମାଙ୍କନ ଦାଖଲ କରିଥିଲେ ବି ଲଢେଇ ଦୁଇ ବରିଷ୍ଠ ଆଉ ଅଭିଜ୍ଞ ନେତା ଶଶି ଥରୁର ଏବଂ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ମଧ୍ୟରେ ହେବ । ପ୍ରଥମ ପ୍ରାର୍ଥୀ ଭାବେ ଥରରୁ ଏଆଇସିସି ମୁଖ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିଥିଲେ । ଅନ୍ୟପଟେ ଦୁଇ ପ୍ରମୁଖ ଦାବିଦାର କୁହାଯାଉଥିବା ଅଶୋକ ଗେହଲାଟ ଏବଂ ଦିଗବିଜୟ ସିଂ ଅଧ୍ୟକ୍ଷ ପଦ ରେସରୁ ଓହରି ଯାଇଛନ୍ତି । ଏଭଳିକି ଖଡଗେ ତାଙ୍କର ନେତା ଓ ସେ ତାଙ୍କ ପାଇଁ ପ୍ରସ୍ତାବକ ହେବେ ବୋଲି କହିଛନ୍ତି ଦିଗବିଜୟ ସିଂ ।

ବଡ କଥା ହେଉଛି ଏହି ଦୁଇ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରୁ ଖଡଗେଙ୍କ ପଛରେ ଗାନ୍ଧୀ ପରିବାରର ସମର୍ଥନ ରହୁଥିବାରୁ ସେ ହିଁ କଂଗ୍ରେସର ନୂଆ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ ମନେ ହେଉଛି । ସେପଟେ ପ୍ରମୋଦ ତିୱାରୀଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ସେ ମଧ୍ୟ ଏହି ନିର୍ବାଚନ ଲଢିବେ ନାହିଁ ବୋଲି ସୂଚନା ମିଳିଛି । ଗାନ୍ଧୀ ପରିବାର ପାଇଁ ସବୁଠାରୁ ଫିଟ୍ ପ୍ରାର୍ଥୀ କୁହାଯାଉଥିବା ଅଶୋକ ଗେହଲଟ୍ ଗତକାଲି ଏହି ଦୌଡ଼ରୁ ଓହରି ଯାଇଥିଲେ । ଯଦି ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥାନ୍ତେ ତେବେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା । ଯାହାକୁ ନେଇ ଗେହଲଟ ସଭାପତି ରେସରୁ ଓହରି ଯାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com