Breaking NewsFeaturedକ୍ରୀଡ଼ାଜାତୀୟ

ଫାଇନାଲରେ ଫ୍ଲପ ମାରିଛନ୍ତି ରୋହିତ ଶର୍ମା; ଦର୍ଶକ ହୋଇଛନ୍ତି ଖୁବ ନିରାଶ

ବଡ଼ ମୁକାବିଲାରେ ହିଟ୍ ମ୍ୟାନଙ୍କ ଛୋଟ ସ୍କୋର୍

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବର୍ତ୍ତମାନ ସମୟରେ ବିଶ୍ୱର ଜଣେ ଶ୍ରେଷ୍ଠ ଖେଳାଳି । ଆଇସିସିର ସମସ୍ତ ଫମାର୍ଟରେ ସେ ନିଜ ବ୍ୟାଟିଂ ବଳରେ ଅନେକ ମ୍ୟାଚରେ ଭାରତକୁ ବିଜୟୀ କରାଇଛନ୍ତି । କିନ୍ତୁ. ଯେତେବେଳେ ଆଇସିସି ଟୁର୍ଣ୍ଣାମେଣ୍ଟର କୌଣସି ବଡ ମୁକାବିଲା ହୁଏ କିମ୍ବା ଫାଇନାଲ ମ୍ୟାଚ ଖେଳାଯାଏ, ସେଥିରେ ହିଟ ମ୍ୟାନ ରୋହିତ ପୁରା କୁଲ ହୋଇଯାନ୍ତି । ଅର୍ଥାତ ରୋହିତଙ୍କ ବ୍ୟାଟ୍ ଚାଲେନାହିଁ । ଯାହା ତାଙ୍କର ପ୍ରଶଂସକଙ୍କୁ ନିରାଶ କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ବଡ ମ୍ୟାଚରେ ରୋହିତ କେତେ ସ୍କୋର କରିଛନ୍ତି ।

ପ୍ରଥମେ ଦେଖିବା ବର୍ତ୍ତମାନ ଅନୁଷ୍ଠିତ ହେଉଥିବା ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ । ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଇନିଂସରେ ସେ ୨୬ ବଲରୁ ୨ଟି ଚୌକା ସାହାଯ୍ୟରେ ମାତ୍ର ୧୫ ରନ କରିଛନ୍ତି । ଯାହାକି ଭାରତୀୟଙ୍କୁ ଖୁବ୍ ନିରାଶ କରିଛି ।

ଦ୍ୱିତୀୟ ଉଦାହରଣ ହେଉଛି ୨୦୦୭ ଆଇସିସି ଟ୍ୱେଣ୍ଟି-୨୦ ବିଶ୍ୱକପ ଫାଇନାଲ । ଏହା ରୋହିତଙ୍କ ଜୀବନର ପ୍ରଥମ ଆଇସିସି ଟୁର୍ଣ୍ଣମେଣ୍ଟଥିଲା । ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ସେ ୧୬ ବଲରୁ ୩୦ ରନ କରିଥିଲେ ।

ତୃତୀୟ ବଡ ମୁକାବିଲା ଥିଲା ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ । ଏହି ମ୍ୟାଚରେ ରୋହିତ ସମସ୍ତଙ୍କୁ ନିରାଶ କରି ୧୪ ବଲରେ ମାତ୍ର ୯ ରନ ସଂଗ୍ରହକରି ଆଉଟ ହୋଇଥିଲେ । ଅନ୍ୟ ଖେଳଳିଙ୍କ ଭଲ ପ୍ରଦର୍ଶନ ଯୋଗୁଁ ଭାରତ ଟାଇଟଲ ଜିତିବାରେ ସଫଳ ହୋଇଥିଲା ।
ରୋହିତଙ୍କ କ୍ୟାରିୟର ଚତୁର୍ଥ ବଡ ମ୍ୟାଚ ଥିଲା ୨୦୧୪ ଟ୍ୱେଣ୍ଟି-୨୦ ବିଶ୍ୱକପ ଫାଇନାଲ । ଏହି ମ୍ୟାଚରେ ସେ ୨୬ ବଲରୁ ୩ଟି ଚୌକା ମାରି ୨୯ ରନ କରିଥିଲେ । ଯେତେବେଳେ କି ତାଙ୍କ ଭଳି ଖେଳାଳିଙ୍କ ଠାରୁ ଅଧିକ ସ୍କୋର ଆଶା କରାଯାଉଥିଲା । ଭାରତ ଏହି ମ୍ୟାଚ ହାରିଯାଇ ଟ୍ରଫି ହାତଛଡା କରିଥିଲା ।

ଚାମ୍ପିୟନ୍ସ ଟ୍ରଫି ୨୦୧୭ର ଫାଇନାଲ ମ୍ୟାଚ – ପାକିସ୍ତାନ ବିପକ୍ଷ ଏହି ମ୍ୟାଚରେ ରୋହିତ ୧ ରନ ବି କରିପାରିନଥିଲେ । ଶୂନରେ ଆଉଟ ହେବା ଯୋଗୁଁ ଭାରତ ବଡ ବିପର୍ଯ୍ୟୟକୁ ଭିତରକୁ ଠେଲି ହୋଇଯାଇଥିଲା । ଯାହାଦ୍ୱାରା ୧୫୮ ରନରେ ଦଳ ଅଲଆଉଟ ହୋଇଥିଲା । ଏଥିସହ ୧୮୦ ରନରେ ମ୍ୟାଚକୁ ଜିତି ନେଇଥିଲା ପାକିସ୍ତାନ ।

ଏହାପରେ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ – ଭାରତ ଏବଂ ନ୍ୟୁଜିିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପ୍ରଥମ ସଂସ୍କରଣ ଥିଲା । ଏହି ମ୍ୟାଚରେ ମଧ୍ୟ ରୋହିତ ନିରାଶ କରିଥିଲେ । ପ୍ରଥମ ଇନିଂସରେ ୬୮ ବଲରୁ ୩୪ ଏବଂ ଦି୍ୱତୀୟ ଇନିଂସରେ ୮୧ ବଲରୁ ୩୦ ରନ କରି ଆଉଟ ହୋଇଥିଲେ ।

ତେବେ ରୋହିତଙ୍କ ଏହି ପ୍ରଦର୍ଶନ ଭିତରେ କେବଳ ୨୦୦୭ ବିଶ୍ୱକପ ଫାଇନାଲକୁ ଛାଡିଦେଲେ ଆଉ ସେମିତି ସନ୍ତୋଷଜନକ ସ୍କୋର କରିନାହାନ୍ତି ରୋହିତ।

Rohit Sharma flopped in the final; The audience is very disappointed

Related Articles

Back to top button
WP Twitter Auto Publish Powered By : XYZScripts.com