ଜାତୀୟ

ଡୋଲୋ-୬୫୦ ପ୍ରେସ୍କ୍ରାଇବ୍ ପାଇଁ ହଜାରେ କୋଟିର ଉପହାର

ରୋଗୀଙ୍କୁ କେଉଁ ଔଷଧ ଖାଇବାକୁ ହେବ ତାହା  ଡାକ୍ତର ନିଜ ମନରୁ ଲେଖୁଛନ୍ତି ନା ଉପହାର ପାଇ ଲେଖୁଛନ୍ତି ତାହା ଏବେ ସନ୍ଦେହ ଘେରରେ । କରୋନା ବେଳେ ଡାକ୍ତରମାନେ ରୋଗୀଙ୍କୁ ଜ୍ୱର ପାଇଁ ଡୋଲୋ-୬୫୦ ଟାବଲେଟ ଖାଇବାକୁ ପରାମର୍ଶ ଦେଉଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି ବଟିକା ଘରେ ଘରେ ମଧ୍ୟ ଆଦୃତ ହୋଇଥିଲା । ତେବେ ଡାକ୍ତରମାନେ ରୋଗୀଙ୍କୁ ଏହି ଔଷଧ ଖାଇବାକୁ କହିବା ପଛରେ ଗୋଟିଏ ବଡ ଉପହାର କାରବାର ଥିବା ଜଣାପଡିଛି । ଡାକ୍ତରଙ୍କୁ ଏହି ବଟିକା ରୋଗୀଙ୍କୁ ଦେବାକୁ ଔଷଧ କମ୍ପାନୀ ଉପହାର ଦେଇଥିଲା ବୋଲି ଜଣାପଡିଛି । ଏଥିପାଇଁ ଔଷଧ ନିର୍ମାତା କମ୍ପାନୀ ହଜାରେ କୋଟିରୁ ଅଧିକ ଟଙ୍କା ଉପହାର ଦେଇଛି । ଏ ନେଇ ଫେଡେରେସନ ଅଫ୍ ମେଡିକାଲ ଆଣ୍ଡ ସେଲସ ରିପ୍ରେଜେଣ୍ଟିଭ ଦାବି କରିବା ସହ  ସୁପ୍ରିମକୋର୍ଟକୁ ଅବଗତ କରାଇଛି ।  ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏଏସ ବୋପାନ୍ନାଙ୍କୁ ଗଠିତ ଖଣ୍ଡପୀଠ ନିକଟରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି । ଆସନ୍ତା ୧୦ ଦିନ ମଧ୍ୟରେ ଉତ୍ତର ରଖିବା ଲାଗି କେନ୍ଦ୍ରକୁ ନୋଟିସ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

Related Articles

Back to top button
WP Twitter Auto Publish Powered By : XYZScripts.com