Featuredଅନ୍ତର୍ଜାତୀୟଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ଏଣିକି ଓଡ଼ିଶାର ପ୍ରସିଦ୍ଧ ମନ୍ଦିର ଗୁଡିକ ପାଇଁ ଅନଲାଇନରେ ହୋଇ ପାରିବ ଟିକେଟ

ଭୁବନେଶ୍ୱର, ୦୮/୦୯/୨୦୨୨-  ଶୃଙ୍ଖଳିତ ପୂଜା, ଦର୍ଶନ ଓ ପ୍ରସାଦ ସେବନ ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ତାମିଲନାଡୁ ଓ କର୍ଣ୍ଣାଟକ ଢାଞ୍ଚାରେ ଏଣିକି ଓଡ଼ିଶାର ପ୍ରସିଦ୍ଧ ମନ୍ଦିର ଗୁଡିକ ପାଇଁ ଅନଲାଇନରେ ହୋଇ ପାରିବ ଟିକେଟ । ଏଥିପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ଆଣିବେ ସରକାର । ଦେଶବିଦେଶର ଭକ୍ତ ଏହି ପୋର୍ଟଲ ଜରିଆରେ ଟିକେଟ କରିପାରିବେ । ଏହି ପୋର୍ଟଲରେ ଭାଷାର ବିକଳ୍ପ ଭାବେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ରହିବ ।

ପ୍ରଥମ ପର୍ଯ୍ୟାୟରେ କେଉଁ କେଉଁ ମନ୍ଦିର ସାମିଲ ହେବ, ତାର ତାଲିକା ପ୍ରସ୍ତୁତ କରିବ ଦେବୋତ୍ତର କମିଶନ । ଏନେଇ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଅନେକ ଲୋକ ଦୂରରୁ ଆସି ଭଗବାନଙ୍କୁ ଦର୍ଶନ କରିବାକୁ ସୁଯୋଗ ପାଉନାହାନ୍ତି, କିନ୍ତୁ ଆଗକୁ ଏହି ପୋଟାଲ ମାଧ୍ୟମରେ ଟିକେଟ୍ ବ୍ୟବସ୍ଥା କରାଗଲେ ଶ୍ରଦ୍ଧାଳୁଙ୍କ ପାଇଁ ଅଧିକ ଭଲ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com