Featuredଜାତୀୟରାଜନୀତି

କଂଗ୍ରେସ ଆରମ୍ଭ କଲା ‘ମେରା ଘର ଆପକା ଘର’ ଅଭିଯାନ

କଂଗ୍ରେସ ଦଳ ପକ୍ଷରୁ ଆରମ୍ଭ କରାଯାଇଛି ‘ମେରା ଘର ଆପକା ଘର’ ଅଭିଯାନ । ଦଳ ପକ୍ଷରୁ ମଙ୍ଗଳବାର ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କର ଏକ ଫଟୋ ପୋଷ୍ଟ କରି ସେଥିରେ ଲେଖାଯାଇଛି ‘ମେରା ଘର ଆପକା ଘର’। ସୋମବାର ଏପ୍ରିଲ ୨୨ ସୁଦ୍ଧା ସରକାରୀ ବଙ୍ଗଳା ଛାଡ଼ିବାକୁ ରାହୁଲଙ୍କୁ ନୋଟିସ ଦିଆଯାଇଥିଲା। ରାହୁଲ ମଧ୍ୟ ନୋଟିସକୁ ସମ୍ମାନ ଜଣାଇ ଏହି ବଙ୍ଗଳାରେ ତାଙ୍କର ବହୁ ସ୍ମୃତି ଜଡ଼ିତ ଥିଲେ ମଧ୍ୟ ତାହା ଛାଡ଼ିବେ ବୋଲି କହିଥିଲେ। ଏହାପରେ କଂଗ୍ରେସ ଆରମ୍ଭ କରିଛି ‘ମେରା ଘର ଆପକା ଘର’ ଅଭିଯାନ ଏବଂ ଅନେକ କଂଗ୍ରେସ ନେତା ରାହୁଲଙ୍କୁ ତାଙ୍କ ଘର ଅଫର କରିଛନ୍ତି। ଉତ୍ତରପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଅଜୟ ରାୟ ଲହୁରାବିର ଅଞ୍ଚଳରେ ଥିବା ତାଙ୍କ ଘର ଆଗରେ ଏକ ବୋର୍ଡ ମାରିଛନ୍ତି ଯେଉଁଥିରେ ଲେଖା ହୋଇଛି ‘ମେରା ଘର ଶ୍ରୀ ରାହୁଲ ଗାନ୍ଧି କା ଘର’।

 

Related Articles

Back to top button
WP Twitter Auto Publish Powered By : XYZScripts.com