ଜାତୀୟ

ଇସ୍ତଫା ପତ୍ରରେ ସ୍ୱାକ୍ଷର କଲେ ରାଷ୍ଟ୍ରପତି ଗୋଟାବାୟା; ପ୍ରେମଦାସା ହୋଇପାରନ୍ତି ଶ୍ରୀଲଙ୍କାର ଆଗାମୀ ରାଷ୍ଟ୍ରପତି

କଲମ୍ୱୋ: ଶ୍ରୀଲଙ୍କାରେ ମୁଖ୍ୟ ବିରୋଧି ଦଳ ନିଜର ନେତା ସାଜିଥ ପ୍ରେମଦାସାଙ୍କୁ ଆଗାମୀ ରାଷ୍ଟ୍ରପତି ଭାବେ ନାମିତ କରିବ। ଶ୍ରୀଲଙ୍କାରେ ନୂଆରାଷ୍ଟ୍ରପତି ବାଛିବା ପାଇଁ ଜୁଲାଇ ୨୦ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଶ୍ରୀଲଙ୍କାର ବିରୋଧିଦଳର ଜଣେ ନେତା ମଙ୍ଗଳବାର ଖବର ସରବରାହ ସଂସ୍ଥା ‘ରୟେଟର୍ସ’କୁ ଏହି ସୂଚନା ଦେଇଛନ୍ତି। ଶ୍ରୀଲଙ୍କାର ବର୍ତ୍ତମାନର ରାଷ୍ଟ୍ରପତି ଗୋଟାବାୟା ଯେତେବେଳେ ଇସ୍ତଫା ପତ୍ରରେ ଦସ୍ତଖତ କରିଛନ୍ତି ସେହି ସମୟରେ ଏପରି ଖବର ସାମ୍ନାକୁ ଆସିଛି।

ରିପୋର୍ଟରେ କୁହାଯାଇଛିଯେ, ରାଷ୍ଟ୍ରପତି ଗୋଟାବାୟା ରାଜପେକ୍ଷ ଇସ୍ତଫା ପତ୍ରରେ ହସ୍ତାକ୍ଷର କରିଛନ୍ତି ଓ ଜୁଲାଇ ୧୩ରେ ଏହାର ଆନୁଷ୍ଠାନିକ ଘୋଷଣା କରାଯିବ। ଶ୍ରୀଲଙ୍କାରେ ଥିବା ‘ଡେଲି ମିରର’ ଖବର ଅନୁଯାୟୀ ରାଷ୍ଟ୍ରପତି ଗୋଟାବାୟା ରାଜପେକ୍ଷ ଜୁଲାଇ ୧୩ ତାରିଖ ଲେଖା ଥିବା ଇସ୍ତଫା ପତ୍ରରେ ଦସ୍ତଖତ କରିଛନ୍ତି। ଏଥିରେ କୁହାଯାଇଛିଯେ ସଂସଦର ଅଧ୍ୟକ୍ଷ ଜୁଲାଇ ୧୩ରେ ଏହାର ବିଧିବଦ୍ଧ ଭାବେ ଘୋଷଣା କରିବେ।

ରିପୋର୍ଟରେ କୁହାଯାଇଛିଯେ ରାଷ୍ଟ୍ରପତି ଇସଫା ପତ୍ରରେ ଦସ୍ତଖତ କରି ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ଦେଇଛନ୍ତି। ସେ ଏହି ଇସ୍ତଫା ପତ୍ରକୁ ସଂସଦ ଅଧ୍ୟକ୍ଷଙ୍କୁ ଦେବେ। ସଂସଦ ଅଧ୍ୟକ୍ଷ ମହିନ୍ଦା ୟାପା ଅଭୟବର୍ଦ୍ଧନ କାଲି ଗୋଟାବାୟା ରାଜପେକ୍ଷଙ୍କ ଇସ୍ତଫା ବିଷୟରେ ଆନୁଷ୍ଠାନିକ ଭାବେ ସାର୍ବଜନୀନ ଘୋଷଣା କରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com