ଜାତୀୟରାଜନୀତି

BJP ପାଖରେ କମ୍ ବିଧାୟକ ଅଛନ୍ତି, ସମସ୍ତ ବିରୋଧୀ ଏକଜୁଟ୍ ହେଲେ ଭାଜପା ରାଷ୍ଟ୍ରପତି ନିର୍ବାଚନ ଜିତି ପାରିବନି: ମମତା

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସମାପ୍ତ ପରେ ଏବେ ସମସ୍ତଙ୍କର ନଜର ରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି । କାରଣ ଆସନ୍ତା ଜୁଲାଇ ୨୪ ତାରିଖରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦାୟିତ୍ୱରୁ ଅବ୍ୟାହତି ନେବେ । ତେଣୁ କିଏ ହେବ ଦେଶର ପରବର୍ତ୍ତୀ ପ୍ରଥମ ନାଗରିକ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ କେନ୍ଦ୍ରରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବିଜେପି ଏ କ୍ଷେତ୍ରରେ ମଜବୁତ ସ୍ଥିତିରେ ରହିଛି । ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ବିଜେପିର କଡ଼ା ବିରୋଧୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ସେ କହିଛନ୍ତି ଯେ, ଦେଶର ବିଭିନ୍ନ ରାଜ୍ୟରେ ବିଧାୟକମାନଙ୍କର ମୋଟ ସଂଖ୍ୟା ୪୧୨୬ । ସେଥିରୁ ବିଜେପି ବିଧାୟକଙ୍କ ସଂଖ୍ୟା ୧୩୦୬ ରହିଥିବା ବେଳେ ସହଯୋଗୀ ଦଳର ୮୨୬ ଜଣ ବିଧାୟକ ରହିଛନ୍ତି । ତେଣୁ ଯଦି ବିରୋଧୀ ଶିବିର ଏକାଠି ହେବେ, ତେବେ ରାଷ୍ଟ୍ରପତି ନିର୍ବାଚରେ ବିଜେପି ପ୍ରାର୍ଥୀଙ୍କ କ୍ଷେତ୍ରରେ ବିଜୟ ହାସଲ କରିବା କଷ୍ଟକର ହୋଇପଡ଼ିବ । ତେଣୁ ଦେଶରେ ଏକ ବିକଳ୍ପ ମେଣ୍ଟ ଗଠନ ହେବା ନିହାତି ଜରୁରୀ । ସମସ୍ତ ବିରୋଧୀ ଏକତ୍ର ହୋଇପାରିଲେ ବିଜେପି ରାଷ୍ଟ୍ରପତି ନିର୍ବାଚନରେ ହାରିବା ଥୟ ।
ସୂଚନାଯୋଗ୍ୟ ଯେ, ଗତବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ସହିତ ଦିଦିଙ୍କ ତୃଣମୂଳ କଂଗ୍ରେସ (ଟିଏମସି)ର କଡ଼ା ଟକ୍କର ହୋଇଥିଲା । ଶେଷରେ ଦିଦି ବାଜି ମାରିଥିଲେ ହେଁ ନିଜ ପରାଜୟର ସାମ୍ନା କରିଥିଲେ । ଏହାପରେ ଦିଦି ଜାତୀୟ ରାଜନୀତିକୁ ଲମ୍ଫ ପ୍ରଦାନ କରିବା ସହ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଶରଦ ପାୱାରଙ୍କ ବିରୋଧୀ ଶିବିରର ଅନେକ ହେଭିୱେଟଙ୍କୁ ଭେଟିଥିଲେ । ଏହା ମଧ୍ୟରେ ଟିମଏସି ଏକାଧିକ ରାଜ୍ୟରେ ଏଣ୍ଟ୍ରି ମାରି ସାରିଛି । ବିରୋଧୀ ମହାମେଣ୍ଟ ଗଠନ ନେଇ ବହୁ ପୂର୍ବରୁ ମାନସମନ୍ଥନ ହୋଇସାରିଥିଲେ ହେଁ କୌଣସି ଦଳର ନେତାଙ୍କର କାହା ସହ ତାଳମେଳ ରହୁନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com