ଜାତୀୟ

କାନପୁରରେ ୧୪୪ ଜାରି, ହିଂସାଗ୍ରସ୍ତ ଅଞ୍ଚଳରେ ପୋଲିସର ଫ୍ଲାଗ୍ ମାର୍ଚ

କାନପୁର : କାନପୁର ହିଂସାକୁ ପୂରିଛି ଏକ ସପ୍ତାହ । ୭ ଦିନ ପରେ ପୁଣି ଆଜି ଅର୍ଥାତ ଶୁକ୍ରବାର ମୁସଲମାନଙ୍କ ନମାଜର ଦିନ ପାଇଁ ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିଛି । ସ୍ଥାନୀୟ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିବା ସହ କୌଣସି ବି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଡ୍ରୋନ୍ ସାହାଯ୍ୟରେ ନିଘା ରଖାଯାଇଛି । ଏହାସହ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । କାନପୁର ସମେତ କିଛି ସହରରେ ଯବାନ ହାଇ ଆଲର୍ଟରେ ରହିଛନ୍ତି । ଶୁକ୍ରବାର କୌଣସି ବି ସ୍ଥାନରେ ରାଲି ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଯିବା ସହ ସର୍ବସାଧାରଣରେ ଏକାଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି । ମୁସଲମାନବହୁଳ ଅଞ୍ଚଳରେ ପଇଁତରା ମାରୁଛି ଡ୍ରୋନ୍ । ନମାଜ ପୂର୍ବରୁ ପୋଲିସର ବରିଷ୍ଠ ଅଧିକାରୀମାନେ ହିଂସାଗ୍ରସ୍ତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com