ଅନ୍ତର୍ଜାତୀୟଜାତୀୟ

ପୂର୍ବତନ ଆଇପିଏସ୍‌ଙ୍କ ବିବାଦୀୟ ଟୁଇଟ୍‌: ‘ଛାତ୍ରଛାତ୍ରୀ ନିଜର ଫାଇଦା ପାଇଁ ୟୁକ୍ରେନ୍‌ ଯାଇଛନ୍ତି, ମରିଗଲେ ସରକାର ଦାୟୀ ନୁହଁନ୍ତି’

ନୂଆଦିଲ୍ଲୀ() ୟୁକ୍ରେନ୍‌ ଏବଂ ଋଷ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ । ବିଭିନ୍ନ ଦେଶର ଲୋକ ଏବେ ସେଠାରେ ଫସି ରହିଥିବା ବେଳେ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । କିଛି ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ଲୋକ ସାହାଯ୍ୟର ଆଶାରେ ଅଛନ୍ତି । ୟୁକ୍ରେନ୍‌ରେ ଭାରତୀୟ ଦୂତାବାସ ୧୫ ହଜାର ଭାରତୀୟ ଛାତ୍ରଛାତ୍ରୀ ସେଠାରେ ଫିସି ରହିଥିବା ସୂଚନା ଦେଇଛି । ଏହାରି ମଧ୍ୟରେ ସୋସିଆଲ୍‌ ମିଡିଆରେ ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଏବଂ କେରଳର ପୂର୍ବତନ ଡିଜିପିଙ୍କ ଟ୍ୱିଟ୍‌କୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଯାଇଛି ।

ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଉଦ୍ଧାର କରିବାକୁ ନେଇ  ଡା. ଏନ୍‌.ସି. ଆସ୍ଥାନା ନାମକ ଅବସରପ୍ରାପ୍ତ ଆଇପିଏସ୍‌ ବିବାଦୀୟ ଟ୍ୱିଟ୍‌ କରିଛନ୍ତି । ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ଯେ ୟୁକ୍ରେନ୍‌ରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା କେବଳ ଭାରତ ସରକାରଙ୍କ ନୈତିକ ଦାୟିତ୍ୱ । କିନ୍ତୁ ଏହା ଆଇନଗତ ଦାୟିତ୍ୱ ନୁହେଁ । ଖାଲିଟାରେ ସରକାରଙ୍କୁ ନେଇ ଆଲୋଚନା କରିବା ବନ୍ଦ କରନ୍ତୁ । ସେମାନେ ନିଜ ସ୍ୱାର୍ଥ ପାଇଁ ସେଠାକୁ ଯାଉଥିଲେ । ଯଦି କୌଣସି ଭାରତୀୟ ଆଣ୍ଟାର୍କାଟିକା କିମ୍ୱା ଗହୀର ସମୁଦ୍ର ଭିତରେ ବିପଦରେ ପଡ଼ିଥିବେ ତେବେ କଣ ସରକାର ତାଙ୍କୁ ଉଦ୍ଧାର କରିବେ ?

ତେବେ ଏହି ଟ୍ୱିଟ୍‌କୁ ନେଇ ସୋସିଆଲ୍‌ ମିଡିଆରେ ତର୍କ ବିତର୍କ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ବ୍ୟବହାରକାରୀ ଏହାକୁ ନେଇ ସେମାନଙ୍କ ମତ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ତାହାଲେ ଭାରତ ସରକାର ୧୯୯୦ ମସିହା ଇରାକ୍‌-କୁଏତ ସଂଘର୍ଷ ସମୟରେ ପାଖାପାଖି ୧.୭ ଲକ୍ଷ ଲୋକଙ୍କୁ ବିମାନ ଯୋଗେ ଉଦ୍ଧାର କରି ଦେଶର ଅର୍ଥକୁ ବର୍‌ବାଦ୍ କରିଦେଇଛନ୍ତି, କାରଣ ସମସ୍ତ ଲୋକ ନିଜ ଇଛାରେ ଅଧିକ ଟଙ୍କା କମେଇବା ପାଇଁ ସେଠାକୁ ଯାଇଥିଲେ ।  ସେହିଭଳି ଅନେକ ୟୁଜର ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com