ଅନ୍ତର୍ଜାତୀୟ

ଟଳୁନି ବିପଦ- ବୁଧବାର ରୁଷ୍‌ ୟୁକ୍ରେନ୍‌ ଉପରେ ପ୍ରଥମେ ଆକ୍ରମଣ କରିବ ବୋଲି ଆମେରିକାର ପ୍ରତିରକ୍ଷା ବିଭାଗ ଆଶଙ୍କା

କିବ୍‌(ୟୁକ୍ରେନ୍‌) : ବିଗତ କିଛିଦିନ ହେଲା ପୂରା ବିଶ୍ୱର ନଜର ୟୁକ୍ରେନ ଓ ରୁଷ ଉପରେ ରହିଛି। ଦୁଇ ଦେଶର ସୀମା ସୈନ୍ୟ ଛାଉଣୀରେ ପରିଣତ ହେବା ହେବା ପରେ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଦେଖାଦେଇଛି। ଖୁବ୍‌ ଶୀଘ୍ର ରୁଷ୍‌ ଆକ୍ରମଣ କରିବାକୁ ଯାଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲାଦିମିର ଜେଲେସ୍କି କହିଛନ୍ତି। ଇତି ମଧ୍ୟରେ ଭାରତୀୟ ଛାତ୍ର ୟୁୂକ୍ରେନ୍‌ ଛାଡ଼ିବାକୁ କିବ୍‌ସ୍ଥିତ ଭାରତୀୟ ଦୂତାବାସ ପରାମର୍ଶ ଦେଇଛି। ଯେଉଁମାନେ ଭାରତ ଫେରିବାକୁ ଚାହୁଁ ନାହାନ୍ତି, ସେମାନେ ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ କାର୍ଯ୍ୟାଳୟ ସହ ଯୋଗସୂତ୍ର ରକ୍ଷା କରିବାକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ପ୍ରାୟ ୨୦ ହଜାର ଛାତ୍ର ୟୁକ୍ରେନ୍‌ରେ ଅଧ୍ୟୟନ କରୁଥିବା ଜଣାପଡ଼ିଛି। ଏହି ଖବର ଜଣାପଡ଼ିବାରେ ୟୁକ୍ରେନ୍‌ର ଭାରତକୁ ବିମାନ ଟିକଟ ୭୦ ହଜାର ଥିବା​‌େ​‌ଳେ ଏବେ ୨ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି। ଏହା ପୂର୍ବରୁ ଆମେରିକା, ବ୍ରିଟେନ, ନରୱେ, ଜାପାନ, ଲାଟଭିଆ ଓ ଡେନମାର୍କ ଆଦି ଦେଶ ସେମାନଙ୍କ ଛାତ୍ରକୁ ୟୁକ୍ରେନ୍‌ରୁ ଫେରାଇ ଆଣିଛନ୍ତି। ୟୁକ୍ରେନ୍‌ର ଖରକିବ ନ୍ୟାସନାଲ ୟୁନିଭର୍ସିଟିରେ ପଢୁଥିବା ଭାରତୀୟ ଛାତ୍ର କହିଛନ୍ତି, ବହୁତ ଅର୍ଥ ଖର୍ଚ୍ଚ କରି ଆମେ ଏଠାରେ ନାମ ଲେଖାଇଛୁ ା ଏବେ ଯଦି ପାଟି ଖୋଲିବୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆମକୁ ବାହାର କରିଦେଇ ପାରନ୍ତି। ଏଠାରୁ ରୁଷ୍‌ ସୀମା ମାତ୍ର ୩୫ କି.ମି ା ଦୈନିକ ଟ୍ୟାଙ୍କ ଓ ଗୁଳି ଗୋଳାର ଶବ୍ଦ ଶୁଣି ଆମେ ଭୟଭୀତ ଅଛୁ। ଘରକୁ ଫେରିବାକୁ ଚାହୁଁଥିଲେ ହେଁ ଆମେ ଫେରି ପାରୁ ନାହିଁ। ବିମାନ ଟିକଟ ମୂଲ୍ୟ ୪/୫ ଗୁଣ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ଭାରତ ସରକାର ଆମକୁ ଉଦ୍ଧାର କରନ୍ତୁ ବୋଲି ବିଦ୍ୟାର୍ଥୀମାନେ ଆକୁଳ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଯୁଦ୍ଧ ଆଶଙ୍କା ଟାଳିବାକୁ ସୀମାରୁ ସୈନ୍ୟ ପ୍ରତ୍ୟାହର କରାଯାଉଥିବା ରୁଷ୍‌ କହିଛି। ଗୁଇନ୍ଦା ସୂତ୍ର ଆଧାରରେ ଆମେରିକା କହିଛି, ୟୁକ୍ରେନ୍‌ର ମରିୟାପୋଲ ସହର ଉପରେ ରୁଷ୍‌ ପ୍ରଥମେ ଆକ୍ରମଣ କରିପାରେ। ଏହି ସହର ୟୁକ୍ରେନ୍‌ ସୀମାଠାରୁ ୪୮ କି.ମି ଦୂର। ବୁଧବାର ରୁଷ୍‌ ୟୁକ୍ରେନ୍‌ ଉପରେ ପ୍ରଥମେ ଆକ୍ରମଣ କରିବ ବୋଲି ଆମେରିକାର ପ୍ରତିରକ୍ଷା ବିଭାଗ ଆଶଙ୍କା ପ୍ରକାଶ କରିଛି। ସକାଳ ସାଢେ ୫ଟାରେ ରୁଷ୍‌ ସୈନ୍ୟମାନେ ପ୍ରଥମେ ଆକ୍ରମଣ କରିବେ। ରାତି ୩ଟାରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଆକ୍ରମଣ ଆଦେଶରେ ସ୍ବାକ୍ଷର କରିବେ। ୟୁକ୍ରେନ୍‌ ସୀମାରେ ରୁଷ୍‌​ ସୈନ୍ୟଙ୍କ ଗତିବିଧି ତୀବ୍ର ହେଉଥିବା ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି। ବିଶେଷକରି ବେଲାରୁଷ, କ୍ରମିଆ ଓ ପଶ୍ଚିମ ୟୁକ୍ରେନ୍‌ରେ ବିପୁଳ ସଂଖ୍ୟକ ରୁଷ୍‌ ସୈନ୍ୟ ମୁତୟନ ହୋଇଛନ୍ତି। ୟୁରୋପୀୟ ସଙ୍ଘକୁ ସତର୍କ କରାଇ ରୁଷ୍‌ ରାଜଦୂତ ଭ୍ଲାଦିମିର ଚିଝୋଭ କହିଛନ୍ତି, ପୂର୍ବ ୟୁକ୍ରେନ୍‌ରେ ଥିବା ସମସ୍ତ ରୁଷ ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦେବା ରୁଷ୍‌ର କର୍ତ୍ତବ୍ୟ ା ଆମେ ଆମ ନାଗରିକଙ୍କୁ ୟୁରୋପୀୟ ସଙ୍ଘ ନିକଟରେ ବଳି ପକାଇବାକୁ ଦେବୁ ନାହୁଁ ବୋଲି ସେ କହିଛନ୍ତି।
ଇତି ମଧ୍ୟରେ ଇସ୍ରାଏଲ ଦୂତାବାସ କର୍ମଚାରୀ ୟୁକ୍ରେନ୍‌ରେ ନିଜ କାର୍ଯ୍ୟାଳୟ ବନ୍ଦ କରି ସ୍ବଦେଶ ପଳାଇଯାଇଥିବା ସୂଚନା ମିଳିଛି। ୟୁକ୍ରେନ୍‌ରେ ପ୍ରାୟ ୧୫ ହଜାର ଇହୁଦୀ ସମୁଦାୟ ବାସ କରୁଛନ୍ତି। ସୁରକ୍ଷା ପାଇଁ ଅନ୍ୟ ଦେଶ ପଳାୟନ କରିବାକୁ ଇସ୍ରାଏଲ ସରକାର ସେମାନଙ୍କୁ ନିର୍ଦେଶ ଦେଇଛି। ସାମ୍ପ୍ରତିକ ପରିସ୍ଥିତି ​‌ଉପରେ ଆଲୋଚନା ପାଇଁ ୟୁକ୍ରେନ୍‌ କ୍ରେମଲିନ୍‌(ରୁଷ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ)କୁ ପ୍ରସ୍ତାବ ଦେଇଛି। ତେବେ ରୁଷ୍‌ ଏହା ଅଗ୍ରାହ୍ୟ କରିଦେଇଛି। ଶୀତଳ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଆମେରିକା-ରୁଷ୍‌ ସମ୍ପର୍କ ତିକ୍ତ ହୋଇଥିବା କୂଟନୀତିଜ୍ଞମାନେ ମତ ଦେଇଛନ୍ତି। ଆମେରିକା ୟୁକ୍ରେନ୍‌ର ରାଜଧାନୀ କିବ୍‌ସ୍ଥିତ ନିଜ ଦୂତାବାସକୁ ବନ୍ଦ କରି ନିକଟବର୍ତ୍ତୀ ସହର ଲିଭିଭରେ ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲିଛି। ଉଭୟ ଦେଶ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନାର ପ୍ରଭାବ ବାଣିଜ୍ୟ ଉପରେ ପଡ଼ିଛି। ଆମେରିକାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ୧୨ ପଇସା ହ୍ରାସ ପାଇ ଟ୭୫.୭୧ପ.ରେ ପହଞ୍ଚିଛି। ୟୁକ୍ରେନ୍‌ ସୀମା ନିକଟରେ ରୁଷ୍‌ ଦେଢ ଲକ୍ଷ ସୈନ୍ୟ ନିୟୋଜିତ କରିଥିବାବେଳେ ଟ୍ୟାଙ୍କ, ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଓ ଏସ-୪୦୦ କ୍ଷେପଣାସ୍ତ୍ର ବିଧ୍ବଂସି ପ୍ରଣାଳୀ ମୁତୟନ କରିଛି।’
ଅନ୍ୟପକ୍ଷରେ ୟୁକ୍ରେନର ପଶ୍ଚିମ ସୀମାରେ ନିୟୋଜିତ ଥିବା ସୈନ୍ୟଙ୍କୁ ପଛକୁ ହଟିବାକୁ କୁହାଯାଇଥିବା ରୁଷ୍‌ କହିଛି। ଆମେ ଯୁଦ୍ଧ ଚାହୁଁନାହୁଁ। ଧୀରେଧୀରେ ଆମ ସୈନ୍ୟ ପଛକୁ ହଟୁଥିବା ରୁଷ୍‌ କହିଛି। ଏହାକୁ ଅସ୍ବୀକାର କରିଛି ଆମେରିକା। ରୁଷ୍‌କୁ ଏତେ ଶୀଘ୍ର ଭରସା କରିବା କଥା ନୁହେଁ ବୋଲି ଆମେରିକା ବୈଦେଶିକ ମନ୍ତ୍ରୀ ଆଟୋନି ବ୍ଲିକେନ କହିଛି। ଇତି ମଧ୍ୟରେ ଆମେରିକା ନେତୃତ୍ବାଧୀନ ସେନା ‘ନାଟୋ’ର ୮ଟି ଏଫ-୧୫ ଯୁଦ୍ଧ ବିମାନ ୟୁକ୍ରେନ୍‌ର ଲାସ୍କ ସହରରେ ପଇଁତରା ମାରୁଛନ୍ତି। ଏହି ଯୁଦ୍ଧ ବିମାନଗୁଡ଼ିକ ପୋଲାଣ୍ଡରୁ ୟୁକ୍ରେନ୍‌ ଆସିଥିବା ‘ନାଟୋ’ କହିଛି। ୟୁ​‌େରାପରେ ଦେଖାଦେଇ ଥିବା ଏହି ବିପଦ ପାଇଁ ରୁଷ୍‌ ଦାୟୀ ବୋଲି ବ୍ରିଟେନ ବିଦେଶ ସଚିବ ଲିଜ୍‌ ଟ୍ରେସ କହିଛନ୍ତି।
ଇତିମଧ୍ୟରେ ଜର୍ମାନୀ ଚାନ୍‌ସେଲର ଓଲାଫ ଶୋଲ୍ସ ରୁଷ୍‌ରେ ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ସେ ୟୁକ୍ରେନ ଗସ୍ତ କରିଥିଲେ। ଉତ୍ତେଜନା ହ୍ରାସ ପାଇଁ ପୁଟିନ୍‌ଙ୍କୁ ସେ ନିବେଦନ କରିବେ ବୋଲି କହିଛନ୍ତି। ସେହିପରି ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋ ନିଜ କ୍ୟାବିନେଟ ମନ୍ତ୍ରୀଙ୍କ ସହ ରୁଷ୍‌ରେ ପହଞ୍ଚିଛନ୍ତି। ଯୁଦ୍ଧ ବନ୍ଦ କରିବା ପାଇଁ ସେ ପୁଟିନ୍‌କୁ ପରାମର୍ଶ ଦେବେ ବୋଲି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com