ଅନ୍ତର୍ଜାତୀୟଜାତୀୟ

ବୈଜ୍ଞାନିକ ମତରେ ଏହି ହିରୋଇନ୍ ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା କିଏ କହି ପାରିବେ ? ସେ ବିଶ୍ୱ ସୁନ୍ଦରୀ ପ୍ରତି ଯୋଗୀତା ଜିତି ନାହାନ୍ତି କି ମିସ୍ ୟୁନିଭର୍ସି ହୋଇ ନାହାଁନ୍ତି। ତଥାପି ବିଜ୍ଞାନ ମତରେ ସେ ସବୁଠାରୁ ସୁନ୍ଦରୀ ମହିଳା।

ହଲିଉଡ୍ ଅଭିନେତ୍ରୀ ଆମ୍ବର ହର୍ଡଙ୍କ ନାଁ ଆପଣ ନିଶ୍ଚୟ ଶୁଣିଥିବେ। ନିକଟରେ ସେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ପୂର୍ବତନ ପତି ଅଭିନେତା ଜନି ଡେପଙ୍କ ବିରୋଧରେ ସେ ମାନହାନୀ ମକଦ୍ଦମା କରି ଅସଫଳ ହୋଇଛନ୍ତି। କୋର୍ଟ ଜନି ଡେପ୍‌ଙ୍କ ସମର୍ଥନରେ ରାୟ ଶୁଣାଇବା ସହ ଆମ୍ବର ହର୍ଡକୁ ଫାଇନ କରିଛନ୍ତି। ଯାହାକୁ ନେଇ ତାଙ୍କୁ ଫ୍ୟାନ୍‌ଙ୍କ ସମାଲୋଚନାର ଶିକାର ହେବାକୁ ପଡ଼ୁଛି।

ତେବେ ଏହି ହିରୋଇନ୍‌ଙ୍କର ବ୍ୟକ୍ତିଗତ ଜୀବନ ଅସଜଡା ହୋଇଥିଲେ ବି ସେ ବିଶ୍ୱର ସବୁଠାରୁ ସୁନ୍ଦର ମହିଳା। ବିଜ୍ଞାନର ଏକ ସ୍ୱତନ୍ତ୍ର ମାନକ ପ୍ରକ୍ରିୟାରେ ଜଣାପଡ଼ିଛି ଯେ ଆମ୍ବର ହର୍ଡ ସବୁଠାରୁ ସୁନ୍ଦର ମହିଳା। ତାଙ୍କର ମୁହଁ ଖୁବ୍ ସୁଗଠିତ। ଏହି ପ୍ରକ୍ରିୟାରେ ତାଙ୍କ ମୁହଁର ବିଭିନ୍ନ ଦିଗକୁ ପରୀକ୍ଷାମୂଳକ ଭାବେ ନିଆଯାଇଛି। ଯଥା ତାଙ୍କ ଆଖି ଓ ଆଖି ଦ୍ୱୟ ମଧ୍ୟରେ ଥିବା ଦୂରତ୍ୱ, ଓଠ, ମୁହଁର ଆକାର ଆଦିକୁ ଭଲଭାବେ ପରୀକ୍ଷା ଓ ବିଶ୍ଲେଷଣ କରାଯାଇଛି। ଏଥିରେ ଜଣାପଡ଼ୁଛି ଯେ ଆମ୍ବରଙ୍କ ମୁହଁ ଗ୍ରୀକ୍ ଗୋଲ୍ଡ ରେସିଓ ଅଫ୍ ବ୍ୟୁଟି ଫିର ଅତି ନିକଟତର। ଯାହାର ରେସିଓ ୧.୬୧୮ ରହିଛି।

ପୂର୍ବରୁ ୨୦୧୬ରେ ଆମ୍ବରଙ୍କ ଫଟୋରେ ତାଙ୍କ ମୁହଁର ପରୀକ୍ଷଣ କରାଯାଇଥିଲା। ହାର୍ଲେ ଷ୍ଟ୍ରିଟ୍‌ର ଡ. ଜୁଲିଆନ ଡି ସିଲ୍ଭା ଏହି ପରୀକ୍ଷଣ କରିଥିଲେ। ତାଙ୍କ ମୁହଁର ବିଶେଷତ୍ୱ ୯୧.୮୫%ର ନିକଟତର ଥିଲା।

ଏନେଇ ସିଲ୍‌ଭା ଏକ ପତ୍ରିକାକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ନୂଆ କମ୍ପ୍ୟୁଟର ମ୍ୟାପିଂ ସିଷ୍ଟମ ସ୍ଥାପନା ହେବା ପରେ ଏହା ମୁହଁର କି ମାର୍କର ପଏଣ୍ଟ ପାଇଁ ଏଲ୍‌ଗୋରିଦମର ବ୍ୟବହାର କରୁଥିଲା। ତେଣୁ ଏହାର ସଠିକ ପରୀକ୍ଷଣ କରିବା ପାଇଁ ସେ ବିଶ୍ୱର କିଛି ସୁନ୍ଦରୀ ମହିଳାଙ୍କ ଚେହେରାଙ୍କୁ ପରୀକ୍ଷଣ ସ୍ୱରୁପ ବ୍ୟବହାର କରିଥିଲେ।

ଏହି ଗବେଷଣାରେ ଆମ୍ବର ହର୍ଡଙ୍କର ସୁନ୍ଦର ମୁହଁ ଥିବା ବେଳେ ଆମେରିକୀୟ ହିରୋଇନ ସ୍କାର୍‌ଲେଟ୍ଟ ଜୋନାସନଙ୍କର ସୁନ୍ଦର ଆଖି, ଇମ୍‌ଲୀ ରାତାଜକୋସ୍କିଙ୍କ ସୁନ୍ଦର ଓଠ, କିମ କାର୍ଦଶିଆନଙ୍କର ସୁନ୍ଦର ଭ୍ରୁଲତା, ଏବଂ ଗାୟିକା ସେଲିନା ଗୋମେଜଙ୍କର ପାଦ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com