Featuredକ୍ରୀଡ଼ାଜାତୀୟଜୀବନଶୈଳୀ

ହୃଦୟର କଥା ଖୋଲି କହିଲେ ରୋହିତ ଶର୍ମା, ଦର୍ଶକଙ୍କୁ ଦେଲେ ସଫଳତାର ମନ୍ତ୍ର

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ତଥା ଆଇପିଏଲ୍‌ରେ ମୁମ୍ବାଇର ମଙ୍ଗୁଆଳ ରୋହିତ ଶର୍ମାଙ୍କ କିଛି ଅନୋଲୋଚିତ କାହାଣୀ ଏବେ ସାମ୍ନାକୁ ଆସିଛି । ଜୀ-ସିନେମାରେ ଏକ ଇଣ୍ଟରଭ୍ୟୁରେ ଏସବୁ ଅଜଣା ରହସ୍ୟକୁ ସାର୍ବଜନୀନ କରିଛନ୍ତି ଏଇ ବିସ୍ପୋରକ ବ୍ୟାଟସମ୍ୟାନ। ଟିମରୁ ଆଉଟ ହେବା ପରେ ଦଳକୁ ଫେରିବା ପାଇଁ କେମିତି ସଂଘର୍ଷ କରିଥିଲେ ରୋହିତ ସେନେଇ ଟିକନିଖ କରି ବଖାଣିଛନ୍ତି କ୍ୟାମେରା ସାମ୍ନାରେ ।

କ୍ୟାମେରା ସାମ୍ନାରେ ରୋହିତ ବଖାଣିଲେ ୧୨ ବର୍ଷ ତଳର ଦୁଃଖ । କେମିତି ୧୨ ବର୍ଷ ତଳର ଗୋଟିଏ ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା ସେ କଥା କହିିଛନ୍ତି ତାଙ୍କର କୋଟି କୋଟି ସମର୍ଥକଙ୍କୁ । ୨୦୦୭ରେ ଭାରତୀୟ ଟିମରେ ଡେବ୍ୟୁ କରିଥିଲେ ରୋହିତ । ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟୀ ଦଳରେ ମଧ୍ୟ ସାମିଲ ଥିଲେ ରୋହିତ । କିନ୍ତୁ ତା ପରେ ସେ ଟିମରୁ ଆଉଟ ହୋଇଗଲେ । ଏପରିକି ୨୦୧୧ ବିଶ୍ୱକପ ଦଳରେ ତାଙ୍କୁ ସ୍ଥାନ ମିଳିଲାନି । ରୋହିତ ପୂର୍ଣ୍ଣ ଆଶାବାଦୀଥିଲେ ଯେ ତାଙ୍କୁ ନିଶ୍ଚୟ ୱାର୍ଲଡ କପ ଆର୍ମୀରେ ସୁଯୋଗ ମିଳିବ । କିନ୍ତୁ ଭାଗ୍ୟ ସାଥ ଦେଇ ନଥିଲା ଓ ସେ କଟି ଯାଇଥିଲେ ୨୦୧୧ ବିଶ୍ୱକପ ତାଲିକାରୁ । ଏକଥା କିନ୍ତୁ ଖୁବ ବାଧିଥିଲା ରୋହିତଙ୍କୁ । ରୋହିତ ୨୦୧୧ ବିଶ୍ୱକପ ସେମି ଫାଇନାଲ ଓ ଫାଇନାଲ ମ୍ୟାଚକୁ ଜମାରୁ ଦେଖିବାକୁ ଚାହୁ ନଥିଲେ । କାରଣ ଯେତେବେଳେ ବି ଖେଳ ଦେଖିବାକୁ ଟିଭି ଅନ୍ କରନ୍ତି ସେତେବେଳେ ହିଁ ହୃଦୟ ଭିତରଟା ରୁନ୍ଧି ହୋଇଯାଏ ଅଜଣା ଦୁଃଖରେ । ସେ କହିଛନ୍ତି ଯେ ଟିଭିରେ ସାଥୀ ଖେଳାଳିଙ୍କୁ ଦେଖି ଭାବେ ଯେ ସେଠାରେ ମୁଁ କାହିଁକି ନାହିଁ । ଆଉ ଏମିତି ଭାବନାର ବିଦ୍ରୋହ ଭିତେରେ ଅସ୍ତବ୍ୟସ୍ତ ହୋଇ ଉଠିପଡେ ଟିଭି ସାମ୍ନାରୁ । ଭାରତର ବିଶ୍ୱକପ ବିଜୟ ଯେତିକି ଖୁସି ଦେଇଥିଲା ତାଠାରୁ ଅଧିକ ଦୁଃଖଦେଇଥିଲା ଏଇ ଐତିହାସିକ ମ୍ୟାଚରେ ସାମିଲ ହୋଇ ନପାରିବା । ତା ପରେ ମନେ ମନେ ଭାବିଥିଲେ ମୁଁ ଯଦି ନିଜକୁ ନବଦଳାଏ ତେବେ ମୋର କ୍ରିକେଟ କ୍ୟାରିଅର ଏଇଠି ଅଟଳି ଯିବ । ତେଣୁ ସେ ଦୃଢମନା ହୋଇ ନେଇଥିଲେ ନୂଆ ନିଷ୍ପତ୍ତି ।

ଏହାପରେ ସେ ସବୁବେଳେ ଏକା ଏକା ରହିବା ସହ ନିଜ ଆପ୍ରୋଚ ବଦଳାଇଥିଲେ । ଏଇ ସମୟରେ ସେ ଯୋଗ, ବିଭିନ୍ନ ପ୍ରକାରର ଏକ୍ସରସାଇଜ କରିବା ସହ କ୍ରିକେଟ ପ୍ରାକ୍ଟିସ ପାଇଁ ରାତି ଦିନ ଏକ କରି ଦେଇଥିଲେ । ନୂଆ ରୁଟିନ ଅନୁସାରେ ସେ ଆରମ୍ଭ କରିଥିଲେ ତାଙ୍କ ନୂଆ ଜୀବନଶୈଳୀ । ୨୦୧୧ରୁ-୨୦୧୫ ଯାଏଁ ଏମିତି ଚାଲିଥିଲା କଠିନ ପରିଶ୍ରମ । ପରିଶ୍ରମ କେବେ ବ୍ୟର୍ଥ ଯାଏନି । ଆଉ ତାରି ଭିତରେ ଆସିଥିଲା ନୂଆ ସୁଯୋଗ । ୨୦୧୩ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ ରୋହିତଙ୍କୁ ଦେଇଥିଲା କ୍ୟାପଟେନଶିପ ଦାୟିତ୍ୱ । ଆଉ ଏହା ପରଠୁ ପଛକୁ ଫେରି ଚାହିଁ ନାହାନ୍ତି ହିଟ ମ୍ୟାନ ରୋହିତ ଶର୍ମା । ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚ ପାଞ୍ଚ ଥର ଚାମ୍ପିଅନ କରାଇଛନ୍ତି ରୋହିତ । ଏପରିକି ଚଳିତ ଆଇପିଏଲରେ ବୁମରାହ ଓ ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତିରେ ବି ଦଳ ଫାଇନାଲ ପାଇଁ ସେକେଣ୍ଡ କ୍ୱାଲିଫାଏଡ ମ୍ୟାଚ ଖେଳିବ । ଖାଲି ଆଇପିଏଲ ନୁହେଁ ବିଶ୍ୱ କ୍ରିକେଟରେ ବି ରୋହିତଙ୍କ ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଦିନିକିଆରେ ତିନୋଟି ଦ୍ୱିଶତକ ମାରିଥିବା ବିଶ୍ୱର ଏକମାତ୍ର ବ୍ୟାଟସମ୍ୟାନ ହେଉଛନ୍ତି ସେ । ଖାଲି ସେତିକି ନୁହେଁ ଏମିତି ଅନେକ ବିରଳ ବିଶ୍ୱ ରେକର୍ଡ ରହିଛି ହିଟ ମ୍ୟାନ ରୋହିତ ଶର୍ମାଙ୍କ ନାଁରେ।

Related Articles

Back to top button
WP Twitter Auto Publish Powered By : XYZScripts.com