ଜାତୀୟରାଜନୀତି

ରାହୁଲ ନାର୍ବେକର ହେଲେ ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି

ମହାରାଷ୍ଟ୍ର, ୦୩/୦୭/୨୦୨୨- ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀକୁ ମିଳିଛି ଆଉ ଏକ ସଫଳତା । ପ୍ରଥମେ ଉଦ୍ଧବ ସରକାରକୁ ଶାସନ କ୍ଷମତାରୁ ବିଦା କରିବା ପରେ ଏବେ ବାଚସ୍ପତି ନିର୍ବାଚନରେ କାମ କରିଛି ସିନ୍ଦେ-ଦେବେନ୍ଦ୍ରଙ୍କ ରଣନୀତି । ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିବା ବାଚସ୍ପତି ନିର୍ବାଚନରେ ଶିବସେନା ବିଧାୟକ ରାଜନ ସାଲଭିଙ୍କୁ ପରାସ୍ତ କରି ନୂଆ ବାଚସ୍ପତି ହୋଇଛନ୍ତି ବିଜେପି ସମର୍ଥିତ ପ୍ରାର୍ଥୀ ରାହୁଲ ନାର୍ବେକର । ବାଚସ୍ପତି ନିର୍ବାଚନରେ ବିଜୟ ପାଇଁ ୧୪୪ ଖଣ୍ଡ ଭୋଟର ଆବଶ୍ୟକତା ଥିବା ବେଳେ ରାହୁଲଙ୍କୁ ୧୬୪ ଖଣ୍ଡ ଭୋଟ ମିଳିଛି । ଏହି ନିର୍ବାଚନରେ ସମାଜବାଦୀ ପାର୍ଟିର ଦୁଇ ଜଣ ବିଧାୟକ କାହାକୁ ଭୋଟ ଦେଇନାହାନ୍ତି । ପୂର୍ବରୁ ବାଚସ୍ପତି ଥିବା ନାନା ପାଟୋଲ କଂଗ୍ରେସର ରାଜ୍ୟ ସଭାପତି ହେବା ପରଠାରୁ ବାଚସ୍ପତି ପଦବି ଖାଲିଥିଲା । ଉପ ବାଚସ୍ପତି ନରହରି ଜିରୱାଲ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com