ଜାତୀୟରାଜନୀତି

‘ବିଜେପିକୁ ସାପ ଆଉ ନିଜକୁ କହିଥିଲେ ନେଉଳ’, ଏବେ ୨୬ହଜାର ଭୋଟ ବ୍ୟବଧାନରେ ପରାଜିତ ହେଲେ ଏହି ସମାଜବାଦୀ ପାର୍ଟି ହେଭିଓ୍ବେଟ୍‌

ଲକ୍ଷ୍ନୌ() ଉତ୍ତରପ୍ରଦେଶରେ ଜନାଦେଶ ଧିରେଧିରେ ପ୍ରତିଫଳିତ ହେବାରେ ଲାଗିଛି । ବୃହତ ବିଜୟ ଆଡକୁ ଅଗ୍ରସର ହେଉଛି ବିଜେପି । ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ । ବହୁମତ ସଂଖ୍ୟା ପାର୍‌ କରିସାରିଛି ଭାରତୀୟ ଜନତା ପାର୍ଟି । ବହୁ ବଡବଡ ନେତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । ଏହାରି ମଧ୍ୟରେ ନିକଟରେ ବିଜେପି କ୍ୟାବିନେଟ୍‌ ମନ୍ତ୍ରୀ ପଦ​‌ରେ ଥାଇବି ସମାଜବାଦୀ ପାର୍ଟିରେ ସାମିଲ ହୋଇଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଶକ୍ତ ଝଟ୍‌କା ଲାଗିଛି ।

ଫାଜିଲନଗରରୁ ନିର୍ବାଚନ ଲଢିଥିବା ସ୍ବାମୀ ପ୍ରସାଦଙ୍କୁ ହରାଇଛନ୍ତି ବିଜେପି ପ୍ରାର୍ଥୀ ସୁରେନ୍ଦ୍ର କୁଶବାହା । ୨୬ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ର ବୃହତ ବ୍ୟବଧାନରେ ପରାଜିତ ହୋଇଛନ୍ତି  ମୌର୍ଯ୍ୟ । ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡିବା ସହ ବିଷ ଓଗାଳିଥିଲେ । ସପାରେ ସାମିଲ ହେବାପରେ ସେ ଯୋଗୀ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ ନିର୍ବାଚନରେ ହରାଇବାକୁ ଚେତାବନୀ ଦେଇଥିଲେ । ଏବେ କିନ୍ତୁ ​‌ସେ ନିଜେ ୨୬ ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com