Breaking NewsFeaturedରାଜନୀତି

ଝାରସୁଗୁଡ଼ାରେ ରାଜନୀତିକ ଝଡ଼, ନବ ଲିଗାସି ନା କିଶୋର ଲିଗାସି?

ଝାରସୁଗୁଡ଼ାରେ ରାଜନୀତିକ ଝଡ଼, ନବ ଲିଗାସି ନା କିଶୋର ଲିଗାସି? ଏବେ ଏଭଳି ଚର୍ଚ୍ଚା ସବୁଠି । କାରଣ ଝାରସୁଗୁଡ଼ା ରାଜନୀତିରେ ଏବେ ସେଭଳି କିଛି ଧୂଆଁ ଜୋର ଉଠୁଲାଣି । ଆଉ ଏହାର ପ୍ରଭାବ ଝାରସୁଗୁଡ଼ା ସମେତ ବ୍ରଜରାଜନଗର ଏବଂ ରେଙ୍ଗାଲି ବିଧାନସଭା କ୍ଷେତ୍ରରେ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କଲାଣି । ସ୍ୱର୍ଗତ ନବ ଦାସଙ୍କ ପରେ ତାଙ୍କ ଝିଅ ତଥା ବିଧାୟିକା ଦୀପାଳି ଦାସ ଝାରସୁଗୁନା ବିଜେଡିର ମଙ୍ଗ ସମ୍ଭାଳୁଥିବାବେଳେ ଏବେ ତାଙ୍କ ନେତୃତ୍ୱକୁ ଚାଲେଞ୍ଜ୍ କରି ଦଳ ଭିତରେ ତ୍ରିନାଥ ଗୁଆଲ ଅଣ୍ଟା ଭିଡ଼ିଲେଣି ।

ଏଠାରେ ମନେ ପକାଇ ଦେଉଛୁ ଯେ ବିଜେଡି ନେତା କିଶୋର ମହାନ୍ତିଙ୍କ ପରଲୋକ ପରେ ହୋଇଥିଲା ଝାରସୁଗୁଡ଼ା ପୌର ନିର୍ବାଚନ । ଏଥିରେ କିଶୋରଙ୍କ ଏକାନ୍ତ ଅନୁଗତ ତ୍ରିନାଥ ନଗରପାଳ ପ୍ରାର୍ଥୀ ହେବାକୁ ଦାବିଦାର ଥିଲେ । କିନ୍ତୁ ସେ ସମୟରେ ନବ ଦାସ ତ୍ରିନାଥଙ୍କ ସ୍ଥାନରେ ରାନୀ ହାତୀଙ୍‌କ ଟିକେଟ ଦେଇଥିଲେ । ଯାହାକି ତ୍ରିନାଥଙ୍କୁ ବିଦ୍ରୋହୀ କରାଇ ଦେଇଥିଲା । ସେ ପ୍ରାୟ ଦୁଇ ଦଶନ୍ଧିର ସମ୍ପର୍କ ତୁଟାଇ ବିଜେପିରେ ସାମିଲ୍ ହୋଇଥିଲେ । ତେବେ ପୌର ନିର୍ବାଚନରେ ତ୍ରିନାଥ ବିଜେପିରୁ ଲଢ଼ି ହାରି ଯାଇଥିଲେ । ସେହିପରି ଗତ ଉପନିର୍ବାଚନ ବେଳେ ବିଜେଡି ତୁଙ୍ଗ ନେତାଙ୍କ ପ୍ରୟାସ ଫଳରେ ତ୍ରିନାଥ ଦଳକୁ ଫେରିଥିଲେ ଓ ଆଉ ଦଳ ବିରୋଧରେ ଯାଉନାହାନ୍ତି ।

ତେବେ ନବ ଲିଗାସି ବିରୋଧରେ ତାଙ୍କ ଭିତରେ ନିଆଁ ଜଳୁଥିବା ଚର୍ଚ୍ଚା ହେଉଛି । ଏପରିକି ଆଗକୁ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି । ହୁଏତ କିଛି ନେତାଙ୍କୁ ନବ ଶିବିରରୁ ଖସାଇ ଅଣାଯାଇପାରେ ଏବଂ ତ୍ରିନାଥ ଦଳ ଭିତରେ ରହିଥିବା ଅସନ୍ତୁଷ୍ଟଙ୍କୁ ନେତୃତ୍ୱ ଦେଇପାରନ୍ତି । ଫଳରେ ଝାରସୁଗୁଡ଼ାରେ ଦୁର୍ବଳ ଅବସ୍ଥାକୁ ଆସିଯିବ ବିଜେଡି । ଠିକ୍ ଏହି ରଣନୀତି ଚଳାଇଛନ୍ତି ବିରୋଧୀ । ତେଣୁ ରାଜନୀତିର ଛକାପଞ୍ଝା ଭିତରେ ଝାରସୁଗୁଡ଼ାର ସ୍ଥିତି କେଉଁ ଆଡ଼କୁ ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com