Featuredଅନ୍ତର୍ଜାତୀୟଭାଇରାଲ୍ ଭିଡିଓ

ଚିକିତ୍ସା ପାଇଁ ହସ୍ପିଟାଲକୁ ଆସୁଛି ‘ଭୂତ’ ! ଭିଡିଓ ଦେଖି ଲୋକେ ଭୟଭୀତ

ଭୁବନେଶ୍ୱର: ଭୂତ ନା ଶୁଣିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ, କିନ୍ତୁ ଆପଣ କେବେ ଭୁତକୁ ଅନୁଭବ କରିଛନ୍ତି କି ? ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଭୂତ ରୋଗୀ ଡାକ୍ତରଖାନାକୁ ଆସୁଛି ଏବଂ ସେଠାରେ ଥିବା ଜଣେ ଗାର୍ଡ ତାଙ୍କୁ ହସ୍ପିଟାଲ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦେଉଛନ୍ତି । ସିସିଟିଭି ଫୁଟେଜରେ ଏହି ପୂରା ଘଟଣାଟି କଏଦ ହୋଇଥିଲା ।

ଆର୍ଜେଣ୍ଟିନାର ଏହି ଭିଡିଓ ଦେଖେଣାହାରିକୁ ଚିନ୍ତାରେ ପକେଇ ଦେଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ସକାଳ ୩ ଟାରେ ଡାକ୍ତରଖାନାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଭିଡିଓ ଆରମ୍ଭ ହେବା ମାତ୍ରେ ଡାକ୍ତରଖାନାର ପ୍ରବେଶ ଦ୍ୱାରର କବାଟ ସ୍ୱୟଂଚାଳିତ ଭାବରେ ଖୋଲିଯାଉଛି । ସୁରକ୍ଷା କର୍ମୀ ଏହି ଶବ୍ଦ ଶୁଣି ନିଜ ଆସନରୁ ଉଠି ଡେସ୍କରେ ଥିବା କ୍ଲିପବୋର୍ଡ ଉଠାଇ କବାଟ ଆଡକୁ ଯାଆନ୍ତି ଏବଂ କାହା ସହିତ କଥା ହେବା ଆରମ୍ଭ କରନ୍ତି। ଭିଡିଓରେ ସିକ୍ୟୁରିଟି ଗାର୍ଡଙ୍କ ଏହି ଆଚରଣ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଆଶ୍ଚର୍ଯ୍ୟ ହେଲେ ।

ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ଗୋଟିଏ ଦିନ ପୂର୍ବରୁ ଏହି ଡାକ୍ତରଖାନାରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିଲା। ଗାର୍ଡ କାହା ସହ କଥାବାର୍ତ୍ତା ହେଉଛନ୍ତି କି ନାହିଁ ତାହା ଜଣ ନାହିଁ ।

ସୋସିଆଲ ମିଡିଆରେ ଏହି ଫୁଟେଜ ଭାଇରାଲ ହେବା ପରେ କେୟାର ସେଣ୍ଟରର ମୁଖପାତ୍ର ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ କବାଟଟି ତ୍ରୁଟିପୂର୍ଣ୍ଣ ଏବଂ ରାତିସାରା ଅନେକ ଥର ଆପେ ଆପେ ଖୋଲିଯାଏ । ଗୁରୁବାର ରାତିରୁ ଶୁକ୍ରବାର ସକାଳ ମଧ୍ୟରେ ୧୦ ଘଣ୍ଟା ମଧ୍ୟରେ ଏହା ନିଜେ ୨୮ ଥର ଖୋଲା ଯାଇଥିଲା। ସୁରକ୍ଷାକର୍ମୀ କ୍ଲିପବୋର୍ଡ କାଗଜରେ କିଛି ଲେଖୁଛନ୍ତି, କିନ୍ତୁ ରେଜିଷ୍ଟରରେ କୌଣସି ନାମ ନାହିଁ।

 

Related Articles

Back to top button
WP Twitter Auto Publish Powered By : XYZScripts.com