Featuredଜାତୀୟଜୀବନଶୈଳୀ

ଡାକ୍ତର, ଇଞ୍ଜିନୟର କହି ୧୫ ଜଣଙ୍କୁ ହୋଇଥିଲେ ବାହା, ତା’ପରେ…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଜଣେ ନୁହଁ କି ଦୁଇ ଜଣ ନୁହଁ, ୧୫ ଜଣ ମହିଳାଙ୍କୁ ଫସେଇ ବାହା ହୋଇଥିଲେ ଜଣେ ଯୁବକ। ଆଉ ନିଜକୁ ଦେଇଥିଲେ ଡାକ୍ତର ଏବଂ ଇଞ୍ଜିନୟରର ପରିଚୟ । କିନ୍ତୁ ଏ ଲୀଳା ବେଶୀ ଦିନ ଚାଲିପାରିନା ନାହିଁ । ଖରାପ ଇଂରାଜୀ ଯୋଗୁଁ ବାବୁ ଏବେ ଧରା ପଡ଼ି ଯାଇଛନ୍ତି ଆଉ ତାଙ୍କୁ ଗିରଫ କରିଛି ପୁଲିସ ।

ଏହି ଘଟଣାଟି କର୍ଣ୍ଣାଟକର ହୋଇଥିବା ବେଳେ ଠକ ବ୍ୟକ୍ତି ଜଣକ ହେଉଛନ୍ତି ବେଙ୍ଗାଲୁରର ବନଶଙ୍କର ନିବାସୀ ମହେଶ କେବି ନାୟକ । ୩୫ ବର୍ଷୀୟ ମହେଶ ୨୦୧୪ରୁ ମହିଳାମାନଙ୍କୁ ମିଛ କହି ଫସାଉଥିଲେ। ବାସ୍‌ ବିବାହ କରି ନଗଦ ଟଙ୍କା ଓ ଅଳଙ୍କାର ନେଇ ଫେରାର ହୋଇଯାଉଥିଲେ । ହେଲେ ଚଳିତ ବର୍ଷ ପ୍ରାରମ୍ଭରେ ବିବାହ କରିଥିବା ପତ୍ନୀଙ୍କର ମହେଶଙ୍କ ଉପରେ ସନ୍ଦେହ ଆସିଥିଲା । ଏନେଇ ସେ ମହିଶୂର ଥାନାରେ ଅଭିଯୋଗ ଆଣିଥିଲେ। ଏହାପରେ ପୁଲିସ ମହେଶଙ୍କୁ ଗିରଫ କରିଥିଲା । ଏହାପରେ ଏଭଳି ପ୍ରତାରଣାର ଶିକାର ହୋଇଥିବା ଅନ୍ୟ ପତ୍ନୀ ମାନେ ସମସ୍ତ ତଥ୍ୟ ପ୍ରମାଣ ସହ ପୁଲିସର ଦ୍ୱାରସ୍ତ ହୋଇଥିଲେ । ହେଲେ ସବୁଠୁ ବଡ଼ କଥା ହେଉଛି ମହେଶଙ୍କର ୪ଟି ସନ୍ତାନ ଅଛନ୍ତି । ତେବେ ମହେଶ ୨୦୧୪ରୁ ଏଭଳି କାରବାର ଆରମ୍ଭ କରିଥିଲେ। ସେ ଏକ ୱେବସାଇଟ ଖୋଲି ସେଥିରେ ନକଲି ବିବାହର ରୂପରେଖ ବର୍ଣ୍ଣା କରିଥିଲେ । କେଉଁଠି ସେ ନିଜକୁ ଡାକ୍ତର ତ ଆଉ କେଉଁଠି ଇଞ୍ଜିନିୟର ଲେଖି ମହିଳାଙ୍କୁ ଆକର୍ଷିତ କରୁଥିଲେ । ଏମିତି କି ମୁମାକୁରୁଠାରେ ସେ ଏକ କ୍ଲିନିକ ମଧ୍ୟ ଖୋଲିଥିଲେ । ଆଉ ଏହି କ୍ଲିନିକକୁ ଚଳାଇବା ପାଇଁ ଜଣେ ଧାଇ ନିଯୁକ୍ତି ହୋଇଥିଲେ । ଏଥିରେ ଫସୁଥିବା ଶିକ୍ଷିତ ମହିଳାଙ୍କୁ ବିବାହ ପରେ ତାଙ୍କଠାରୁ ଗହଣା ଓ ଟଙ୍କା ଆଦି ଧରି ଫେରାର ହୋଇଯାଉଥିଲେ । ସେହିପରି ବହୁ ମହିଳା ତାହଅକ ସମ୍ପର୍କରେ ଆସିଥିଲେ ମଧ୍ୟ ଦୁର୍ବଳ ଇଂରାଜୀ ଯୋଗୁଁ କେହି ତାହଅକୁ ବିବାହ କରିନଥିଲେ । ହେଲେ ଶେଷ ପତ୍ନୀ ଭାବେ ସେ ଜଣେ ସଫ୍ଟୱାର ଇଞ୍ଜିନିୟରଙ୍କୁ ବିବାହ କରିଥିଲେ । ହେଲେ ମହେଶଙ୍କ ଦୁର୍ବଳ ଇଂରାଜୀ ତାଙ୍କ ପ୍ରତି ମହିଳାଙ୍କ ସନ୍ଦେହ ବଢାଇ ଦେଇଥିଲା। ପରେ ସେ ପୁଲିସକୁ ଜଣାଇଥିଲେ । ଏହାପରେ ଠକେଇର ଶିକାର ହୋଇଥିବା ଅନ୍ୟ ଜଣେ ମହିଳା ମଧ୍ୟ ମହେଶଙ୍କ ନାଁରେ ଅଭିଯୋଗ ନେଇ ଥାନାରେ ପହଞ୍ଚିଥିଲେ। ଏହାପରେ ଟୁମାକୁରୁ ପୁଲିସ କୌଶଳକ୍ରମେ ମହେଶଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com