ଜାତୀୟ

ମୁହଁ ଖୋଲିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଆନ୍ଧ୍ର ପ୍ରଦେଶର ଦୁଃଖ ବଖାଣିଲେ…

୨୦୨୩ ଅକ୍ଟୋବର ୨୯। ମୃତ୍ୟୁର ତାଣ୍ଡବ ରଚିଲା ଲୌହଦାନବ। ଆନ୍ଧ୍ରପ୍ରଦେଶର ହୋଇଥିଲା ଟ୍ରେନ୍ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୧୪ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ତେବେ ଏ ସମ୍ପର୍କରେ ବଡ ବୟାନ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦୁର୍ଘଟଣା ସମୟରେ ଯାତ୍ରୀବାହୀ ଟ୍ରେନର ଦୁଇ ପାଇଲଟ ଏବଂ ସହକାରୀ ପାଇଲଟ ଫୋନରେ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ ବୋଲି ରେଳମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଯାହା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି।
ଏଠାରେ କହିରଖୁଛୁ ଯେ ସେହି କାଳ ସନ୍ଧ୍ୟା ୭ଟାରେ ଆନ୍ଧ୍ରପ୍ରଦେଶର ଭିଜୟନଗରମ ଜିଲ୍ଲାର କଣ୍ଟାକାପାଲ୍ଲିର ହାୱରା-ଚେନ୍ନାଇ ଲାଇନରେ ଘଟିଥିଲରା କ୍ରାସ୍। ରାୟଗଡା ପାସେଞ୍ଜର ଟ୍ରେନ୍ ପଛପଟରୁ ବିଶାଖାପାଟନମ୍ ପାଲା ଟ୍ରେନ୍ ଧକ୍କା ଦେଇଥିଲା।

ଏଥିରେ ୫୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ରେଳ ସୁରକ୍ଷା କମିଶନରଙ୍କ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ରିପୋର୍ଟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇ ନ ଥିବା ବେଳେ ଦୁର୍ଘଟଣାର ଗୋଟିଏ ଦିନ ପରେ ରେଳବାଇ ପକ୍ଷରୁ ଯାତ୍ରୀବାହୀ ଟ୍ରେନର ଡ୍ରାଇଭର ଏବଂ ଆସିଷ୍ଟାଣ୍ଟ ଡ୍ରାଇଭରଙ୍କୁ ଏହି ଦୁର୍ଘଟଣା ପାଇଁ ଦାୟୀ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com