Breaking NewsFeaturedଅନ୍ତର୍ଜାତୀୟଜାତୀୟବିଜ୍ଞାନ ଓ ପ୍ରଯୁକ୍ତିମନୋରଞ୍ଜନ

ଦୁନିଆର ସବୁଠୁ ଅଧିକ ଇନ୍‌କମ କରିଥିବା ଫିଲ୍ମ… ପଢ଼ନ୍ତୁ ପୂରା ରିପୋର୍ଟ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସିନେମା, ଯାହାକୁ ସମାଜର ଆଇନା ବୋଲି କୁହାଯାଏ । ଆଉ ଆଜିର ଦିନରେ ସବୁଠୁ ଅଧିକ ରୋଜଗାର ଫିଲ୍ମ ଇଣ୍ଡଷ୍ଟ୍ରୀରୁ ହିଁ ମିଳିଥାଏ । କାହିଁକି ନା ଆଇଏମଡି ଅନୁସାରେ ପୁରା ଦୁନିଆରେ ବର୍ଷକୁ ପାଖାପାଖି ଆଢେଇ ହଜାର ସିନେମା ରିଲିଜ ହୋଇଥାଏ । ଯେଉଁଥିରେ କିଛି ସୁପର ଡୁପର ହିଟ ହୋଇଯାଏ ତ ଆଉ କିଛି ଭଲ ବିଜନେସ କରିପାରେ ନାହିଁ । ତେବେ ଆଜିର ଭିଡିଓରେ ଜାଣିବା ଏମିତି କିଛି ମୁଭିଜ ବିଷୟରେ, ଯିଏ କି ଫିଲ୍ମ ଇଣ୍ଡଷ୍ଟିରେ ରୋଜଗାରର ସବୁ ସୀମା ପାର କରିଯାଇଛି ।

ଫିଲ୍ସ ଜଗତରେ କମାଇର ସବୁ ରେକର୍ଡ ପାର କରିଛି ଆଡଭେଞ୍ଜର୍ସ ଏଣ୍ଡଗେମ । ରିଲିଜ ହଉ ହଉ ଏହି ସିନେମାଟି ସବୁ ରେକର୍ଡ ଭାଙ୍ଗି ହେଇଥିଲା । କାରଣ ଏହି ସିନେମାଟି ମାରଭଲ କମିକ୍ସ ଉପରେ ଆଧାରିତ । ଏହି ସିନେମାଟି ମାତ୍ର ୩ ଦିନ ମଧ୍ୟରେ ୮ ଶହ କୋଟି ଟଙ୍କା ଇନକମ କରିଥିଲା । ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିବା ତେବେ ଅଡଭେଞ୍ଜର୍ସ ଏଣ୍ଡଗେମ ଅଭତାରର ରେକର୍ଡ ଭାଙ୍ଗି ୨.୮ ବିଲିୟନ ଡଲାର ଇନକମ କରିଛି । ତେବେ ଆଜି ବି ଏହି ସିନେମା ଦୁନିଆର ସବୁଠୁ ଅଧିକ ଇନକମ କରିଥିବା ସିନେମାର ଟପ ଲିଷ୍ଟରେ ରହିଛି ।

୨୦୦୯ରେ ରିଲିଜ ହୋଇଥିଲା ମିନେମା ଅଭତାର । ଏହି ସିନେମା ଉପରେ ଜେମସ ସ୍କାମରନ ୧୯୯୪ରୁ ହିଁ କାମ କରିବା ଆରମ୍ଭ କରିବାକୁ ଚାହୁଁଥିଲେ । ହେଲେ ସେ ସମୟରେ ଡେକ୍ନୋଲୋଜୀ ଅଧିକ ଅପଡେଟେଡ ନଥିଲା । ହେଲେ ୨୦୦୯ରେ ଏହି ସିନେମାକୁ ତିଆରି କରାଯାଇଥିଲା । ଏହି ଫିଲ୍ମଟି ରିଲିଜ ହେବା ପରେ ସବୁ ରେକର୍ଡ ପାର କରିଦେଇଥିଲା । ଅଭତାର ସିନେମା ପାଖାପାଖି ୨.୭୯ ବିଲିୟନ ଡଲାର ରୋଜଗାର କରିଥିଲା। ହେଲେ ଏହି ସିନେମାକୁ ଆଆରି କରିବା ପାଇଁ ୨୩୭ ମିଲିୟନ ଡଲାର ଖର୍ଚ୍ଚ କରାଯାଇଥିଲା । ଯହା ସେ ସମୟରେ ସବୁଠୁ ଅଧିକ ଥିଲା । ଖାଲି ତେିତି ନୁହେଁ ଏହି ସିନେମା ସବୁଠୁ ଅଧିକ ଇନକମରେ ୧୦ ବର୍ଷ ପର୍ଯ୍ୟନ୍ତ ଟପରେ ରହିଥିଲା ।

titanic

ସବୁବେଳ ପାଇଁ ସୁପର ଡୁପର ହିଟ ସିନେମା ଟାଇଟନିକ୍‌ । ଜେମସ କ୍ୟାମରନଙ୍କ ନିର୍ଦ୍ଦେଶନା ଏବଂ ରିୟନୋଲ୍ଡଙ୍କ ଅଭିନୟ ଏହି ସିନେମାକୁ ଜୀବନ୍ତ କରିଦେଇଥିଲା । ୧୯୧୨ରେ ହୋଇଥିବା ସତ୍ୟ ଘଟଣା ଟାଇଟେନିକ ଜାହାଜ ବୁଡିଯିବାକୁ ଆଧାର କରି ଏହି ସିନେମାକୁ ନିର୍ମାଣ କରାଯାଇଥିଲା । ଏହି ଫିଲ୍ମରେ ରୋଜ ଏବଂ ଜ୍ୟାକଙ୍କ ପ୍ରେମ କାହାଣୀକୁ ଆଧାର କରି ତିଆରି କରାଯାଇଛି । ତେବେ ଏହି ସିନେମାଟି ଫିଲ୍ମ ଇଣ୍ଡଷ୍ଟିରେ ଅଧିକ ଅର୍ଥ ଇନକମରେ ଅନେକ ବର୍ଷ ପର୍ଯ୍ୟନ୍ତ ଆଗରେ ରହିଥିଲା । ଏବଂ ୨. ୧୯୪ ବିଲିୟନ ଡଲାର ଇନକମ କରିଥିଲା ।
ଷ୍ଟାର ୱାର୍ସ ଦ ଫୋର୍ସ ଆୱାକନେସ ସିନେମା ୨୦୧୫ରେ ରିଲିଜ ହୋଇଥିଲା । ଏହି ସିନେମାଟି ସେହି ଲୋକମାନଙ୍କ ନଜର ବଦଳେଇଦେଲା ଯେଉଁମାନେ ଭାବୁଥିଲେ ଷ୍ଟାର ୱାର ସିରିଜ କେବଳ ସ୍ପେସ ଆଡଭେଞ୍ଜର ମୁଭି ସିରିଜ ବୋଲି । ଏହି କାରଣ ଯୋଗୁଁ ଲୋକଙ୍କୁ ଏହାର କାହାଣୀ ଅଧିକ ପସନ୍ଦ ଆସିଥିଲା । ଯେଉଁଥିପାଇଁ ଏହି ସିନେମାଟି ୨.୦୬୮ ବିଲିୟନ ଡଲାର ଇନକମ କରିଥିଲା । ହେଲେ ଏହି ସିନେମାକୁ ୩୦୬ ମିଲିୟନ ଡଲାର ଖର୍ଚ୍ଚ କରାଯାଇ ତିଆରି କରା ଯାଇଥିଲା ।

୨୦୧୮ରେ ରିଲିଜ ହୋଇଥିବା ସିନେମା ଆଡଭେଞ୍ଜର୍ସ ଇନଫିନିଟି ୱାର ମାରଭଲେସ Studio ଦ୍ୱାରା ନିର୍ମାଣ କରାଯାଇଥିବା ସବୁଠୁ ବେଷ୍ଟ ସିନେମା ମଧ୍ୟରୁ ଗୋଟିଏ । ଯେଉଁଥିରେ ଥାନୋସ ଜଣେ ଦକ୍ଷ ଶତ୍ରୁର ଭୁମିକାକୁ ଖୁବ ସୁନ୍ଦର ଢଙ୍ଗରେ ଉପସ୍ଥାପନ କରିଛନ୍ତି । ଏବଂ ଏହି ସିନେମାଟି ମାର୍କେଟରେ ଇନକମର ସବୁ ରେକର୍ଡ ଭାଙ୍ଗି ଦେଇଛି । କାହିଁକି ନା ଆଡଭେଞ୍ଜର୍ସ ଇନଫିନିଟି ୱାରରେ ପାଖାପାଖି ୨ ବିଲିୟନ ଡଲାର ଇନକମ କରିଥିଲା । ହେଲେ ଏହି ନେମାକୁ ୩୧୬ ମିଲିୟନ ଡଲାରରେ ନିର୍ମାଣ କରାଯାଇଥିଲା ।

ବିଜ୍ଞାନ ଏବଂ ଆଡଭେଞ୍ଜର୍ସକୁ ମିଳିତ ଭାବେ ଏକ ନୂଆ ଦିଗଦର୍ଶନ ଦେଇଥିବା ସିନେମା ଜୁରାସିକ ୱାର୍ଲଡ। ଏହି ସିନେମାଟି ଭାରତୀୟ ଲୋକଙ୍କ ହୃଦୟର ବି ଅଧିକ ନିକଟତର । କାହିଁକିନା ଏଥିରେ ଦିବଙ୍ଗତ ଅଭିନେତା ଇଫାନ ଖାନ ଅଭିନୟ କରିଥିଲେ । ୨୦୧୫ରେ ରିଲିଜ ହୋଇଥିବା ଏହି ସିନେମା ସବୁଠି ଦାମୀ ମିନେମା ମଧ୍ୟରେ ଗୋଟିଏ । କାହିଁକି ନା ୧୫୦ ମିଲିୟନ ଡଲାରରେ ଏହି ସିନେମାକୁ ତିଆରି ତ କରାଯାଇଥିଲା ହେଲେ ଏହା ୧.୬ ବିଲିୟନ ଡଲାର ବୁ ବି ଅଧିକ ରୋଜଗାର କରିଥିଲା ।

୨୦୧୯ରେ ରିଲିଜ ହୋଇଥିବା ୩ଡି ଆନିମେସନ ମୁଭି ଦ ଲାୟନ କିଙ୍ଗ । ଏହି ସିନେମାର ନିର୍ଦ୍ଦେଶକ ଥିଲେ ଜନ ଫେବ୍ରୁ । ସିନେମାଟିକୁ ଛୋଟ ପିଲା ମାନେ ଅଧିକ ପସନ୍ଦ କରୁଥିଲେ । ଏଥିରେ ମୁଖ୍ୟ ଭୂମିକାରେ ମୁଫାସା ଏବଂ ସିମ୍ବା ସମସ୍ତଙ୍କ ହୃଦୟ ଜିତିଥିଲେ । ଏବଂ ଦ ଲୟାଲ କିଙ୍ଗର ଦିନ୍ଦି ଡବିଙ୍ଗରେ ମୁଫାସା ପାଇଁ ସାହାରୁଖ ଖାନ ଶ୍ୱର ଦେଇଥିଲେ । ୨୬୦ ମିଲିୟନ ଡଲାରରେ ନିର୍ମିତ ଏହି ସିନେମା ପୁରା ଦୁନିଆରେ ୧.୭ ବିଲିୟନ ଡଲାର ରଜଗାର କରିଥିଲା ।

Marvels Studioର ସବୁଠୁ ସୁପର ଡୁପର ସିନେମା ମଧ୍ୟରୁ ଗୋଟିଏ ଦ ଆଡଭେଞ୍ଜର୍ସ । ୨୦୧୨ରେ ରିଲିଜ ହୋଇଥିବା ସିନେମାରେ ଆଇରନ ମ୍ୟାନ, କ୍ୟାପଟେନ ଆମେରିକା, ହଲ, ଥର ଏକାଠି ହୋଇ ଦୁନିଆକୁ ବଞ୍ଚଉଛନ୍ତି । ଆଉ ଏହି ଫିଲ୍ମକୁ ୨୦୦ ମିଲିୟନ ଡଲାର ଖର୍ଚ୍ଚ କରାଯାଇ ତିଆରି ହୋଇଥିଲା । ହେଲେ ଏହା ସିମେନା ଜଗତରେ ଇନକମ କରିଥିଲା ୧.୬ ବିଲିୟନ ଡଲାର ।

ଜେମସବେନଙ୍କ ନିର୍ଦ୍ଦେଶିତ ସୁପର ହିଟ ସିନେମା ଫାଷ୍ଟ ଆଣ୍ଡ ଫ୍ୟୁରିୟସ ୭ । କହିବାକୁ ଗଲେ ଫ୍ୟୁରିୟସ ୭ ଦ ଫାଷ୍ଟ ଆଣ୍ଡ ଫ୍ୟୁରିୟସର ୭ ନମ୍ବର ପାର୍ଟ । ଏବଂ ଏସି ସିନେମାର ଷ୍ଟାର କାଷ୍ଟରେ ଡିଭେନ ଜନସନ, ପଲ ୱାକର ଏବଂ ଓି୍ୱନ ଡିଜଲ ଭୂମିକା ଏହି ସିନେମା କୁ ଅଧିକ ଜୀବନ୍ତ କରିଛି । ଖାଲି ଏତିକି ନୁହେଁ ଏହି ସିନେମା ଲୋକମାୀନଙ୍କର ମଧ୍ୟ ଅଧିକ ପସନ୍ଦ । କାରଣ ଏହି ମୁଭି ପଲ ୱାକରଙ୍କ ଜୀବନର ଶେଷ ମୁଭି ଥିଲା । ୨୦୧୫ରେ ରିଲିଜ ହୋଇଥିବା ଏହି ଧମାକାଦାର ସିନେମାକୁ ୧୯୦ ମିଲିୟନ ଡଲାରରେ ତିଆରି କରାଯାଇଥିଲା । ହେଲେ ଏହି ସିନେମାଟି ପୁରା ବିଶ୍ୱରେ ୧.୫ ବିଲିୟନ ଡଲାରରୁ ଅଧିକ ଇନକମ କରିଥିଲା ।

୨୦୧୯ରେ ରିଲିଜ ହୋଇଥିବା ଫ୍ରୋଜେନ ୨ହେଉଛି ସବୁଠୁ ସୁନ୍ଦର ୩ଡି ଆନିମେସନ ମୁଭି । ଯିଏକି ୨୦୧୩ରେ ଆସିଥିବା ମିନେମା ପାଇଁ ଫ୍ରୋଜେନର ସ୍ୱିକେଲ । ଏହାକୁ ୱାଲ ଡିଜିନ ଷ୍ଟୁଡିଓ ଦ୍ୱାରା ରିଲିଜ କରାଯାଇଥିଲା । ଏହା ସହ ୱାଲ ଡିଜିନ ଦ୍ୱାରା ପ୍ରଜ୍ୟୁସ କରାଯାଇଥିବା ୫୮ ନମ୍ବର ଆନିମେଟେଡ ସିନେମା । ଏହି ସିନେମା ପାଇଁ ଖର୍ଚ୍ଚ ହୋଇଥିଲା ୧୫୦ ମିଲିୟନ ଡଲାର । ହେଲେ ଏହି ସିନେମାଟି ୧.୪ ବିଲିୟନ ଡରାର ଇନକମ କରିଥିଲା । କ୍ରିସଟୋଫ ଏବଂ ଏନା ଏହି ସିନେମାରେ ମୁଖ୍ୟ ଚରିତ୍ରରେ ଥିଲେ । ଯିଏ କି ଏକ ନୂଆ ଦୁନିଆରେ ପାଦ ରଖିବାକୁ ଯାଉଥିଲେ । ତେବେ ଏଠି କହି ରଖୁଛୁ ଯେ, ଏହି ସିମେମାର ହିନ୍ଦି ଡବିଂରେ ପ୍ରିୟଙ୍କା ଚୋପ୍ରା ଏବଂ ଭଉଣୀ ପରିଣୀତି ଚୋପ୍ରା ଭଏସ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com